ସୋସିଆଲ ମିଡ଼ିଆରେ ସନ୍ନି ଲିଓନିଙ୍କ ଜାଅଁଳା ଭଉଣୀଙ୍କୁ ଦେଖି ଉଡ଼ିଗଲା ଲୋକଙ୍କ ହୋସ

Published By : Prameya-News7 Bureau | March 08, 2019 IST

ମୁମ୍ବାଇ ୮/୩ : ବଲିଉଡର ବେବି ଡଲ ସନ୍ନି ଲିଓନି ଫିଲ୍ମି ଦୁନିଆଠୁ ଟିକେ ଦୁରେଇ ଯାଇ ପରିବାର ସହ ସମୟ ଅତିବାହିତ କରୁଛନ୍ତି | କିନ୍ତୁ ସନ୍ନି ନିଜ ପ୍ରଶଂସକଙ୍କ ଠାରୁ ଦୁରେଇ ମଧ୍ୟ ସୋସିଆଲ ମିଡ଼ିଆରେ ନିଜ ଫଟୋ ସେୟାର କରି ପ୍ରଶଂସକଙ୍କ ସହ ଜଡିତ ଅଛନ୍ତି | ସୋସିଆଲ ମିଡ଼ିଆରେ ସନ୍ନିଙ୍କ ବହୁତ ପ୍ରଶଂସକ ଅଛନ୍ତି | ତାଙ୍କ ଗୋଟିଏ ଫଟୋ ଦେଖିବା ପାଇଁ ଅପେକ୍ଷା କରିଥାନ୍ତି ପ୍ରଶଂସକ | ଏଭଳି ସ୍ଥିତିରେ ସନ୍ନିଙ୍କ ଜାଅଁଳା ଭଉଣୀଙ୍କୁ ଦେଖିବାକୁ ମିଳିଛି | ସନ୍ନିଙ୍କ ଜାଅଁଳା ଭଉଣୀଙ୍କୁ ଦେଖି ପ୍ରଶଂସକଙ୍କ ହୋସ ଉଡିଯାଇଛି |

{"id":91654}

ସୋସିଆଲ ମିଡ଼ିଆରେ ସନ୍ନି ଲିଓନିଙ୍କ ଯେଉଁ ଜାଅଁଳା ଭଉଣୀଙ୍କ ଫଟୋ ଭାଇରାଲ ହେଉଛି ତାହା ସନ୍ନିଙ୍କ ଭଳି ଦେଖା ଯାଉଥିବା ଅନ୍ୟ ଜଣେ ଯୁବତୀଙ୍କର | ଯୁବତୀଙ୍କ ନାଁ ପୂଜା | ପ୍ରସିଦ୍ଧ ଭିଡିଓ ଆପ ଟିକ ଟକରେ ପୂଜା ଲିଓନି ନାଁରେ ଯୁବତୀ ପ୍ରସିଦ୍ଧ | ପୂଜା ଦେଖିବାକୁ ଠିକ ସନ୍ନିଙ୍କ ଭଳି | ପୂଜାଙ୍କ ସମସ୍ତ ଭିଡିଓରେ ସନ୍ନି ଲିଓନିଙ୍କ ଝଲକ ଦେଖିବାକୁ ମିଳିଥାଏ |

{"id":91655}


ୟୁଟ୍ୟୁବରେ ମଧ୍ୟ ପୂଜାଙ୍କ ଭିଡିଓ ରହିଛି | ସେ ଦେଖିବାକୁ ସନ୍ନିଙ୍କ ଭଳି | ସେଥିପାଇଁ ତାଙ୍କ ନାଁ ସହ ଲିଓନି ଯୋଡି ଦିଆଯାଇଛି | କିନ୍ତୁ ପୂଜାଙ୍କ ପୁରା ନାଁ ପୂଜା ମିଶ୍ର | ସନ୍ନି ଲିଓନିଙ୍କ ଭଳି ପୂଜାଙ୍କର ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି | ଟିକ ଟକ ଆପରେ ପୂଜା ଲିଓନି ସର୍ଚ୍ଚ କଲେ ଆପଣ ମଧ୍ୟ ପୂଜାଙ୍କ ଭିଡିଓ ଦେଖିବାକୁ ପାଇବେ |


ସନ୍ନି ଲିଓନି ବଲିଉଡ ଫିଲ୍ମରେ ଅଭିନେତ୍ରୀ ଭାବେ କାମ କରିବା ସହ ଆଇଟମ ଗାର୍ଲ ଭାବେ ମଧ୍ୟ କାମ କରିଛନ୍ତି | ସେ ଆମେରିକାନ କ୍ୟାନସର ସୋସାଇଟି ସହିତ ମଧ୍ୟ ଜଡିତ | ଆମେରିକାନ କ୍ୟାନସର ସୋସାଇଟିକୁ ସନ୍ନି ଲିଓନି ଆର୍ଥିକ ସହାୟତା ମଧ୍ୟ ଯୋଗେଇଥାନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.