ସନ୍ନି ଲିୟୋନୀଙ୍କ କମାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ସଲମନ ଖାନ ଓ ଶାହରୁକ ଖାନଙ୍କୁ ମଧ୍ୟ ପଛରେ ପକାଇଲେ , ଜାଣନ୍ତୁ ସମୂର୍ଣ୍ଣ ଖବର

Published By : Prameya-News7 Bureau | August 13, 2019 IST

ନୂଆଦିଲ୍ଲୀ୧୩|୮: ବଲିଉଡ ଅଭିନେତ୍ରୀ ସନ୍ନି ଲିୟୋନୀ ପୁଣି କଲେ କମାଲ।୨୦୧୯ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଗୁଗଲ ସର୍ଚରେ ଆଗ ଧାଡ଼ିରେ ସନ୍ନି ରହିଛନ୍ତି।ଗୁଗଲ ସର୍ଚ ସର୍ଭେନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହରୁକ୍ ଖାନ ଓ ସଲମନ ଖାନଙ୍କୁ ମାତ୍ ଦେଇ ଆଗରେ ସନ୍ନି ଲିୟୋନୀଙ୍କ ନାଁ ରହିଛି। ଗୁଗଲ ଟ୍ରେଣ୍ଡ ଏନାଲେଟିକ୍ସ ଅନୁସା​‌ରେ ସନ୍ନି ଲିୟୋନୀଙ୍କ ଭିଡିଓକୁ ସବୁଠାରୁ ଅଧିକ ଗୁଗଲରେ ସର୍ଚ କରାଯାଇଛି।

wp:core-embed/instagram {"url":"https://www.instagram.com/p/B0tkp7fB3xv/","type":"rich","providerNameSlug":"instagram","className":""}
https://www.instagram.com/p/B0tkp7fB3xv/
/wp:core-embed/instagram

ବିଶେଷକରି ମଣିପୁର ଓ ଆସାମରେ ସବୁଠାରୁ ଅଧିକ ମାତ୍ରା​‌ରେ ସନ୍ନିଙ୍କ ଭିଡିଓ ଓ ଫଟୋକୁ ସର୍ଚ କରାଯାଇଛି। ଏହି ଖବର ସଂପର୍କରେ ସନ୍ନିଙ୍କୁ ପଚାରିବାରୁ ସେ ଖୁସି ହୋଇ  ଏହିକଥାକୁ ସାର୍ବଜନୀନ କରିଛନ୍ତି।ସନ୍ନି କହିଛନ୍ତି ଯେ, ଏହି ସବୁର ଶ୍ରେୟ ତାଙ୍କ ପ୍ରଶଂସକଙ୍କୁ ଯାଉଛି।ସନ୍ନିଙ୍କ ପ୍ରଶଂସକ ତାଙ୍କୁ ସାଥ୍ ଦେଇଥିବାରୁ ଏହି ସବୁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି।

wp:core-embed/instagram {"url":"https://www.instagram.com/p/B1DtiupBuex/","type":"rich","providerNameSlug":"instagram","className":""}
https://www.instagram.com/p/B1DtiupBuex/
/wp:core-embed/instagram

ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୁଗଲ ସର୍ଚରେ ବି ସନ୍ନି ଲିୟୋନୀ ବହୁ ଭାରତୀୟଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ।ସନ୍ନି ଲିୟୋନୀ ପ୍ରଥମେ ଏଡଲ୍ଟ ଫିଲ୍ମରେ କାମ କରୁଥିଲେ।ସେ ବର୍ତ୍ତମାନ ବଲିଉଡରେ କାମକରି ଜଣେ ସଫଳ ଅଭିନେତ୍ରୀ ଭାବେ ନିଜ ପରିଚୟ ସୃଷ୍ଟ କରିଛନ୍ତି। ସଲମାନ ଖାନଙ୍କ ସୋ ‘ବିଗ୍ ବସ’ ମାଧ୍ୟମରେ ସନ୍ନି ବଲିଉଡକୁ ଏଣ୍ଟ୍ରି କରିଥିଲେ। ସନ୍ନି ବଲିଉଡରେ ବହୁ ଫିଲ୍ମରେ କାମକରି ସାରିଲେଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.