ଜୋତା ପଲିସ୍ ନାଁରେ କେତେବେଳେ ନିଜ ଗଳା ପଲିସ୍ କରିଦେଲେ ସନ୍ନୀ, ପାଦ ତଳେ ନଇଁ ରହୁଥିବା ପିଲା ଆଜି ଛାତି ଫୁଲେଇ ଛିଡ଼ା ହୋଇଛି

Published By : Prameya-News7 Bureau | February 24, 2020 IST

ମୁମ୍ବାଇ୨୪/୨: କଥାରେ ଅଛି, କାହା ଭାଗ୍ୟ ପତ୍ର ତଳେ ତ କାହା ଭାଗ୍ୟ ପଥର ତଳେ। ସନ୍ନୀଙ୍କ ସଫଳତା ହିଁ ଏହି ଉକ୍ତିକୁ ଯର୍ଥାତ କରିଛି। ସକାଳ ହେଲେ ପେଟ ଚାଖଣ୍ଡ ପାଇଁ ଖାଦ୍ୟ ଅନ୍ବେଷଣରେ ବାହାରି ଯାଆନ୍ତି ମାଆ ଓ ପୁଅ। ରାସ୍ତାରେ ଯାତୟାତ କରୁଥିବା ଯାତ୍ରୀଙ୍କ ପାଦ ତଳେ ସନ୍ନୀଙ୍କ ମୁଣ୍ଡ ସବୁବେଳେ ନଇଁ ରହିଥାଏ। ସେଇଟା ହିଁ ତାଙ୍କର ରୋଜଗାର ପନ୍ଥା। ସେଥିରୁ ଯାହା ରୋଜଗାର ହୁଏ ସେଥିରେ ଖୁସିରେ ମାଆ ଓ ପୁଅ ଜୀବନ କାଟନ୍ତି। ଜୀବନର ଅଙ୍କାବଙ୍କା ରାସ୍ତାର ଅତିକ୍ରମ କରିବାବେଳେ ସୋନି ଟିଭିର ଇଣ୍ଡିଆନ ଆଇଡଲ ମଞ୍ଚ ଦେଖାଇଲା ବଞ୍ଚିବାର ସିଧା ରାସ୍ତା। ପଞ୍ଜାବର ବଠିଣ୍ଡାସ୍ଥିତ ଅମରପୁରା ବସ୍ତିରେ ରହୁଥିବା ସନ୍ନୀ ଏବେ ଲୋକପ୍ରିୟ ସୋ ଇଣ୍ଡିଆନ ଆଇଡଲର ହିରୋ। ଏଥିସହ ସନ୍ନୀଙ୍କ ସଫଳତା ଆଜିର ସମାଜକୁ ଏକ ବାର୍ତ୍ତା ଦେଇଛି। କେତେବେଳେ ଓ କାହାର ଭାଗ୍ୟ ପରିବର୍ତ୍ତନ ହେବ ତାହା କେବଳ ନିଜର ସାଧନା ଉପରେ ନିର୍ଭର କରେ।

wp:core-embed/instagram {"url":"https://www.instagram.com/tv/B858BGJHYzb/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/tv/B858BGJHYzb/?utm_source=ig_web_copy_link
/wp:core-embed/instagram

ରାସ୍ତା କଡ଼ରେ ଜୋତା ପଲିସ୍‌ କରୁଥିବା ସନ୍ନୀ କେତେବେଳେ ନିଜ ଗଳା ପଲିସ୍‌ କରିଦେଲେ କେହି ଜାଣି ପାରିଲେ ନାହିଁ। ଲୋକଙ୍କ ଗହଳି ଭିତରେ ଗୁଣୁଗୁଣୁ ଶବ୍ଦ ତାଙ୍କୁ ଇଣ୍ଡିଆନ ଆଇଡଲ୍‌ ମଞ୍ଚରେ ପହଞ୍ଚାଇଥିଲା। ସନ୍ନୀଙ୍କ ମାଆ ବେଲୁନ ବିକ୍ରି କରନ୍ତି। ଛୋଟବେଳେ ବାପା ଛାଡ଼ି ଚାଲିଗଲେ। ସନ୍ନୀ ସିନା କରୁଥିଲେ ଜୋତା ପଲିସ୍‌ ହେଲେ ମନରେ ଥିଲା ଅନେକ ସ୍ବପ୍ନ। ପରଘରୁ ଚାଉଳ ମାଗି ମାଆ ରୋଷେଇ କରି ସନ୍ନୀଙ୍କୁ ଖାଇବାକୁ ଦେଉଥିଲେ। ଏ ସବୁ ଦେଖି ସନ୍ନୀଙ୍କୁ ଭଲ ଲାଗୁ ନଥିଲା। ମାତ୍ର ଆଖି ସାମ୍ନାରେ ଥିଲା ଚାଲିବାକୁ ଅନେକ ବାଟ। ଆଜି ସନ୍ନୀ ବାଟ ଅତିକ୍ରମ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ସାରିଛନ୍ତି। ବିନା ଗୁରୁରେ ଆଜି ଯୁଦ୍ଧରେ ବିଜୟ ହାସଲ କରିଛନ୍ତି ସନ୍ନୀ।

wp:core-embed/instagram {"url":"https://www.instagram.com/tv/B81KXl2lADk/?utm_source=ig_web_copy_link","type":"rich","providerNameSlug":"instagram","className":""}
https://www.instagram.com/tv/B81KXl2lADk/?utm_source=ig_web_copy_link
/wp:core-embed/instagram

ଟିଭିରେ ଲୋକପ୍ରିୟ ରିୟଲିଟି ସୋ ଇଣ୍ଡିଆନ ଆଇଡଲ ସିଜିନ୍‌ ୧୧ର ବିଜୟର ମୁକୁଟ ସନ୍ନୀ ହିନ୍ଦୁସ୍ତାନୀ ପିନ୍ଧିଛନ୍ତି। ବହୁ ସୁମଧୁର କଣ୍ଠଶିଳ୍ପୀ ଇଣ୍ଡିଆନ ଆଇଡଲ୍‌ ମାଧ୍ୟମରେ ବଲିଉଡ୍‌ରେ ଏଣ୍ଟ୍ରି କରିଛନ୍ତି। ଇଣ୍ଡିଆନ ଆଇଡଲ୍‌ର ବିଜେତା ସନ୍ନୀଙ୍କୁ  ଦେଖିବା ପରେ ପ୍ରଂଶସକମାନେ ବେଶ ଖୁସି ହୋଇଛନ୍ତି। ବିଜେତା ସନ୍ନୀଙ୍କୁ ୨୫ ଲକ୍ଷ ଟଙ୍କା, ଟ୍ରଫି ଓ ଗୋଟିଏ ଟାଟା ଅଲ୍‌ଟୋଜ କାର ମିଳିଛି।ଏଥିସହ ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରଶ୍‌ମିୟାଙ୍କ ଆଗାମୀ ଫିଲ୍ମରେ ତାଙ୍କୁ ଗୀତ ଗାଇବା ପାଇଁ ସୁଯୋଗ ମଧ୍ୟ ମିଳିବ। ବିଭିନ୍ନ ମହଲରୁ ସନ୍ନୀଙ୍କୁ ଶୁଭେଚ୍ଛାର ସୂଅ ଛୁଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.