Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦୀର୍ଘ ୩୫ ବର୍ଷ ପରେ ମିଡିଆ ସାମନାକୁ ଆସିଲେ ସନ୍ନି ଦେଓଲଙ୍କ ପତ୍ନୀ : ଭିଡିଓ ଭାଇରାଲ

20/09/2019 at 5:38 PM

ମୁମ୍ବାଇ ୨୦/୯: ସନ୍ନି ଦେଓଲଙ୍କ ପୁଅ ଏବଂ ଧର୍ମେନ୍ଦ୍ରଙ୍କ ନାତି କରଣ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ବକ୍ସ ଅଫିସରେ ଆଜି ରିଲିଜ ହୋଇଛି। ଏହା ପୂର୍ବରୁ ପ୍ରଥମେ ଗତକାଲି ମୁମ୍ବାଇରେ ସ୍କ୍ରିନିଂ ରଖାଯାଇଥିଲା । ଏହି ସମୟରେ କେତେକ ବ୍ୟକ୍ତିଙ୍କ ଫଟୋ ଉଠାଯାଇଥିଲା।

ସ୍କ୍ରିନିଙ୍ଗରେ ଖାସ୍ କଥା ଏହା ଥିଲା ଯେ ସନ୍ନି ଦେଓଲଙ୍କ ପତ୍ନୀ ପୂଜା ଦେଓଲ ମଧ୍ୟ ନଜର ଆସିଥିଲେ। ପୂଜା କେବେ ବି ମିଡିଆ ସାମନାକୁ ଆସନ୍ତି ନାହିଁ। କିନ୍ତୁ ପୁଅର ଫିଲ୍ମ ସ୍କ୍ରିନିଙ୍ଗ ଅବସରରେ ତାଙ୍କୁ ସ୍ପଟ୍ କରାଯାଇଥିଲା। ପୂଜା ଦେଓଲ ବ୍ଲାକ୍ ଶର୍ଟ ସହ ବ୍ଲ୍ୟୁ ଜିନସ ପିନ୍ଧିଥିଲେ। ସନ୍ନି ଏବଂ ପୂଜା ୧୯୮୪ମସିହାରେ ବିବାହ କରିଥିଲେ। ଉଭୟଙ୍କର ଦୁଇ ପୁଅ କରଣ ଏବଂ ରାଜବୀର।

ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌର ମଧ୍ୟ ଦୀର୍ଘ ଦିନ ପରେ ନଜର ଆସିଥିଲେ। ନାତିର ଡେବ୍ୟୁ ପାଇଁ ପୂରା ପରିବାର ଏକାଠି ହୋଇଥିଲା। ପ୍ରକାଶ କୌର ମଧ୍ୟ ମିଡିଆ ସାମନାକୁ ବହୁତ କମ୍ ଆସିଥାଆନ୍ତି।

ନାତିର ପ୍ରଥମ ଫିଲ୍ମ ସ୍କ୍ରିନିଙ୍ଗରେ ଧର୍ମେନ୍ଦ୍ର ମଧ୍ୟ ଷ୍ଟାଇଲିସ୍ ଅନ୍ଦାଜରେ ନଜର ଆସିଥିଲେ। କିଛି ଦିନ ତଳେ ଧର୍ମେନ୍ଦ୍ର ମଧ୍ୟ ଫିଲ୍ମର ପ୍ରମୋସନ କରିଥିଲେ ଏବଂ ଅନେକ ଟେଲିଭିଜନ ଶୋରେ ପହଞ୍ଚିଥିଲେ।

ପୁଅର ପ୍ରଥମ ଫିଲ୍ମର ନିର୍ଦେଶନା କରିଛନ୍ତି ନିଜେ ସନ୍ନି ଦେଓଲ। ସେ ମଧ୍ୟ ଏଥିରେ ନଜର ଆସିଥିଲେ।

କରଣ ଦେଓଲଙ୍କ ସହ ଫିଲ୍ମରେ ସହର ବାମ୍ବା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

   Related Posts