୧୮ବର୍ଷର ଏହି ସୁନ୍ଦରୀ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ସନ୍ନି ଦେଓଲଙ୍କ ପୁଅ : ଜାଣନ୍ତୁ କିଏ

Published By : Prameya-News7 Bureau | January 29, 2019 IST

ମୁମ୍ବାଇ ୨୯/୧: ସନ୍ନି ଦେଓଲ ବଲିଉଡର ଜଣେ ସୁପରଷ୍ଟାର। ସେ ବଲିଉଡରେ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି। ତାଙ୍କ ଡାଏଲଗ୍ ଆଜି ବି ସମସ୍ତଙ୍କ ମୁହଁରେ ଶୁଣିବାକୁ ମିଳୁଛି। ଏବେ ସନ୍ନି ଦେଓଲ ତାଙ୍କ ପୁଅଙ୍କୁ ବଲିଉଡରେ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛନ୍ତି। ତାଙ୍କ ପୁଅଙ୍କ ନାଁ କରଣ ଦେଓଲ। ସେ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏବେ କରଣ ଦେଓଲଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ଏହି ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ନିଜେ ସନ୍ନି ଦେଓଲ। ଏହା ତାଙ୍କ ହୋମ୍ ପ୍ରଡକ୍ସନ୍ ଫିଲ୍ମ।

{"id":79365,"width":593,"height":445}

 କରଣ ଦେଓଲ ତାଙ୍କ ଫିଲ୍ମଠୁ ଅଧିକ ତାଙ୍କ ପ୍ରେମ ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଜଣେ ୧୮ବର୍ଷ ବୟସର ବଲିଉଡ ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି। ଫିଲ୍ମ ଆସିବା ପୂର୍ବରୁ ପ୍ରେମ ଖବର ଶୁଣିବାକୁ ମିଳୁଛି। କରଣ ଦେଓଲ ଦେଖିବାକୁ ଠିକ୍ ତାଙ୍କ ବାପାଙ୍କ ଭଳି ବହୁତ ହ୍ୟାଣ୍ଡସମ୍।

{"id":79366,"width":593,"height":333}

କରଣ ଦେଓଲଙ୍କ ଅଭିନୀତ ଫିଲ୍ମ ହେଉଛି ‘‘ପଲ୍ ପଲ୍ ଦିଲ୍ କେ ପାସ’’। ଏହି ଗୀତଟି ତାଙ୍କ ଜେଜେବାପା ଧର୍ମେନ୍ଦ୍ରଙ୍କ ଫିଲ୍ମର। ଏହି ଫିଲ୍ମଟି ଉଭୟ ସନ୍ନି ଦେଓଲ ଏବଂ କରଣ ଦେଓଲଙ୍କ ପାଇଁ ଖାସ୍। ଏହି ଫିଲ୍ମ ପାଇଁ ଯେଉଁଭଳି ଭାବେ ପ୍ରମୋସନ୍ ହେଉଛି ଲାଗୁଛି ଏହା ହିଟ୍ ଏବଂ ଜବରଦସ୍ତ ହେବ। ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆମେ କହୁଛୁ ସେ ଆଉ କେହି ନୁହେଁ ବରଂ ଏହି ଫିଲ୍ମର ଅଭିନେତ୍ରୀ ସହର ବାମ୍ବା।

{"id":79367,"width":594,"height":446}

କରଣଙ୍କ ସହ ସହର ବି ଏହି ଫିଲ୍ମରୁ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସୁଟିଂ ସମୟରେ ଦୁଇଜଣ ପରସ୍ପରର ନିକଟତର ହୋଇଛନ୍ତି। ଏମାନଙ୍କୁ ସୁଟିଂ ବ୍ୟତୀତ ଅନେକ ସ୍ଥାନରେ ଏକାଠି ଥିବା ଦେଖାଯାଉଛି।

{"id":79368,"width":597,"height":336}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.