କେବେ ଦେଖିଛନ୍ତି କି ସନ୍ନୀ ଦେଓଲଙ୍କ ପତ୍ନୀଙ୍କୁ, ଦେଖନ୍ତୁ ଫଟୋ

Published By : Prameya-News7 Bureau | September 06, 2019 IST

ମୁମ୍ବାଇ୬|୯: ବଲିଉଡର ବରିଷ୍ଠ ଅଭିନେତା ସନ୍ନୀ ଦେଓଲ ନିଜ ବ୍ୟକ୍ତିଗତ ଜୀବନକୁ କ୍ୟାମେରାରୁ ଦୂରେଇ ରଖନ୍ତି। ସନ୍ନୀ ଦେଓଲଙ୍କ ପୁଅ କରନ ଦେଓଲ ଖୁବ୍‌ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ କରନଙ୍କ ଫିଲ୍ମ “ପଲ ପଲ ଦିଲ କେ ପାସ”ର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ କରନଙ୍କ ବିପକ୍ଷରେ ଅଭିନେତ୍ରୀ ସହର ବାମ୍ବା ମୁଖ୍ୟ ଭୂମିକାରେ ନଜର ଆସିବେ।

{"id":153896}

ଏହିଚଳଚ୍ଚିତ୍ରରୁ କରନ ଓ ସହର ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ବାପା ସନ୍ନୀଙ୍କ ନିର୍ଦ୍ଦେଶିତ ଫିଲ୍ମରେ କରନ ବଲିଉଡରେ ଡେବ୍ୟୁ କରିବେ। ଟ୍ରେଲରରୁ ଜଣା ପଡୁଛି ଯେ, ଏହା ଏକ କ୍ୟୁଟ୍‌ ଓ ରୋମାଣ୍ଟିକ ଲଭ ଷ୍ଟୋରୀ ।

{"id":153899}

ସନ୍ନୀ ଯେତେବେଳେ ନିଜ ପୁଅ କରନ ଦେଓଲଙ୍କୁ ଲଂଚ କରିବାର ଘୋଷଣା କରିଥିଲେ ଫଟୋ ଦେଖି ଦର୍ଶକଙ୍କର ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ ଥିଲା।ପ୍ରକୃତରେ ପିଲା ବେଳୁ ସନ୍ନୀ ତାଙ୍କ ପୁଅଙ୍କର କିଛିଟା ଫଟୋ ସେୟାର କରିଥିଲେ। ଏବେ କରନ ଫିଲ୍ମ କରିବା ପାଇଁ ପୁଣି ଥରେ ସାମ୍ନାକୁ ଆସିଛନ୍ତି।

{"id":153902}

ସାଧାରଣତଃ ବଲିଉଡର ଅନ୍ୟ କଳାକାରଙ୍କ ପରିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥାଏ। ହେଲେ ସନ୍ନୀ ଦେଓଲଙ୍କ ପରିବାର ଫଟୋ ବହୁତ କମ ଦେଖିବାକୁ ମିଳେ। ସନ୍ନୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ହାଇଲାଇଟ୍‌ କରନ୍ତି ନାହିଁ।

{"id":153901}

ପୂର୍ବରୁ ଇଣ୍ଟରନେଟରେ ଦର୍ଶକ ତାଙ୍କ ପତ୍ନୀ ପୂଜା ଦେଓଲଙ୍କ ଫଟୋ ଖୋଜିଲେ କେବଳ ଗୋଟେ ଫଟୋ ଆସୁଥିଲା। ପୂଜା ଦେଓଲ ଅନେକ ବର୍ଷରୁ ମିଡିଆରୁ ଦୂରାଇ ଅଛନ୍ତି ବା ଏହା କୁହାଯାଇପାରିବ ଯେ, ସନ୍ନୀ ତାଙ୍କୁ ଦୂରେଇ ରଖିଛନ୍ତି। ତେବେ ଏବେ ପୁଅ କରନଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି। ସେଥିପାଇଁ ପୂଜାଙ୍କର କିଛି ଫଟୋ ଇଣ୍ଟରନେଟ୍‌ରେ ଦେଖିବାକୁ ମିଳିଛି।

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.