Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସନ୍ନୀ ଦେଓଲଙ୍କ ପୁଅ କରନ ଦେଓଲଙ୍କ ମସକ୍ୟୁଲାର ବଡିର ଭିଡିଓ ସୋସିଆଲ ମିଡିଆରେ ହେଲା ଭାଇରାଲ

14/03/2019 at 1:18 PM

ମୁମ୍ୱାଇ୧୪|୩: ସନ୍ନୀ ଦେଓଲଙ୍କ ପୁଅ କରନ ଦେଓଲ ଖୁବ୍‌ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। “ପଲ ପଲ ଦିଲ କେ ପାସ” ଚଳଚ୍ଚିତ୍ରରୁ ସେ ତାଙ୍କ ଅଭିନୟ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। କରନ ଏବେ ତାଙ୍କ ସିନେମା ଶୁଟିଂରେ ବ୍ୟସ୍ଥ ଅଛନ୍ତି। ଏବେ କରଣଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ସେ ବ୍ୟାୟାମ କରୁଛନ୍ତି। ମସକ୍ୟୁଲାର ବଡି ପାଇବା ପାଇଁ କଠିନ ପରିଶ୍ରମ କରିବାର ଭିଡିଓ ଅନେକ ଲୋକେ ପସନ୍ଦ କରିଛନ୍ତି।

ଏହି ଭିଡିଓରେ କରନ ଗୋଟେ ଟାୟରରେ ହାତୁଡି ମାରୁଛନ୍ତି। ପ୍ରକୃତିର ମଜା ନେଇ କରନ ୱାର୍କଆଉଟ କରୁଥିଲେ। ସେସିଆଲ ମିଡିଆରେ ଭାଇରାଲ ହେବା କିଛି ସମୟ ମଧ୍ୟରେ ଏହି ଭିଡିଓକୁ ୬୯ ହଜାର ଲୋକେ ଦେଖିଥିଲେ।  କରନଙ୍କର ଏହି ଭିଡିଓ ଦେଖିଲା ପରେ ଦର୍ଶକ ତାଙ୍କୁ ପରଦାରେ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି।

କରନଙ୍କର ଏହି ଭିଡିଓ ସେ ନିଜେ ସେୟାର କରିନଥିଲେ। ଏହି ଭିଡିଓକୁ କରନଙ୍କ ଜେଜେ ବାପା ଧର୍ମେନ୍ଦ୍ର ସେୟାର କରିଥିଲେ। ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ନିଜ ଇଂଷ୍ଟାଗ୍ରାମରେ ଏହି ଭିଡିଓ ସେୟାର କରିଥିଲେ। କରନଙ୍କର ଏହି ଭିଡିଓ ଦେଓଲ ପରିବାର ଫାର୍ମ ହାଉସରେ କରାଯାଇଛି। ସୋସିଆଲ ମିଡିଆରେ ସେୟାର କରିବା ସହ ଧର୍ମେନ୍ଦ୍ର କ୍ୟାପଶନ ମଧ୍ୟ ଦେଇଛନ୍ତି । ସେ ଲେଖିଛନ୍ତି ଯେ କରନ ତାଙ୍କ ବାପା ଭଳି, ଭଗବାନଙ୍କ ଆର୍ଶୀବାଦ ସବୁବେଳେ ତାଙ୍କ ଉପରେ ଥାଉ ଓ ଏହା ସହ ଭଲ ପାଇବା ମଧ୍ୟ ପ୍ରକାଶ କରିଛନ୍ତି କରନଙ୍କ ଜେଜେ। ଧର୍ମେନ୍ଦ୍ର କିଛି ଦିନ ହେବ ତାଙ୍କ ପରିବାର ସହ ନିଜ ଫାର୍ମ ହାଉସରେ ସମୟ କାଟୁଛନ୍ତି।

କରନଙ୍କର ଡେବ୍ୟୁ ଚଳଚ୍ଚିତ୍ର “ପଲ ପଲ ଦିଲ କେ ପାସ” ଜୁଲାଇ ମାସ ୧୯ ତାରିଖରେ ମୁକ୍ତିଲାଭ ହେବ। ସିନେମାର ନିର୍ଦ୍ଦେଶକ ସନ୍ନୀ ଦେଓଲ। କରନଙ୍କ ବିପକ୍ଷରେ ଅଭିନେତ୍ରୀ ସହେର ବାମ୍ୱା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଦର୍ଶକଙ୍କ ସହ ପୂରା ପରିବାର ଫିଲ୍ମ ରିଲିଜ ହେବା ଅପେକ୍ଷାରେ ଅଛନ୍ତି । କରଣ ତାଙ୍କ ବାପା ଓ ଜେଜେଙ୍କ ଭଳି ବଲିଉଡରେ କରନ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିବେ ବୋଲି ଦର୍ଶକ ଆଶା ରଖିଛନ୍ତି।  

 

   Related Posts