ରଙ୍ଗମଞ୍ଚରୁ ଦୂରେଇ ରହିଥିଲେ ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ : ବର୍ଷେ ପରେ ସନ୍ନି ଦେଓଲ ସେୟାର କଲେ ମାଆଙ୍କ ଫଟୋ

Published By : Prameya-News7 Bureau | January 28, 2019 IST

ମୁମ୍ବାଇ ୨୮/୧: ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀ ପ୍ରକାଶ କୈାର ରଙ୍ଗମଞ୍ଚରୁ ଦୂରେଇ ରୁହନ୍ତି। ହେମା ମାଳିନୀ ତ ସୋଶିଆଲ ମିଡିଆରେ ସବୁବେଳେ ସକ୍ରିୟ ରୁହନ୍ତି କିନ୍ତୁ ପ୍ରକାଶ କୈାରଙ୍କ ଗୋଟିଏ ଝଲକ ପାଇବା ମୁସ୍କିଲ ହୋଇଯାଇଥାଏ। ଗତ ବର୍ଷ ପ୍ରକାଶ କୈାରଙ୍କ ସହ ଧର୍ମେନ୍ଦ୍ର ନୂଆବର୍ଷ ପାଳନ କରିଥିଲେ। ନିକଟରେ ସନ୍ନି ଦେଓଲ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ମାଆ ଏବଂ ପୁଅଙ୍କ ସ୍ନେହ ନଜର ଆସିଛି।\

{"id":78923,"width":592,"height":485}

ଏହି ଫଟୋକୁ ସନ୍ନି ଦେଓଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଫଟୋ ସହ ସେ ଏକ ସୁନ୍ଦର କ୍ୟାପସନ୍ ଲେଖିଛନ୍ତି –‘‘ ମୋ ମାଆ ମୋ ଦୁନିଆ’’।

{"id":78924,"width":596,"height":447}

ଖାସ୍ କଥା ହେଉଛି ଏହା ଯେ ସନ୍ନି ଦେଓଲଙ୍କ ମାଆଙ୍କ ଭଳି ସନ୍ନିଙ୍କ ପତ୍ନୀ ପୂଜା ଦେଓଲ ଏବଂ ୨ ଭଉଣୀ ବିଜେତା ଏବଂ ଅଜିତା ମଧ୍ୟ ରଙ୍ଗମଞ୍ଚରୁ ଦୂରେଇ ଅଛନ୍ତି। ବବି ଏବଂ ସନ୍ନି ନିଜ ମାଆଙ୍କ ସହ ରୁହନ୍ତି। କିନ୍ତୁ ୮୩ବର୍ଷ ବୟସ୍କ ଧର୍ମେନ୍ଦ୍ର ହେମା ମାଳିନୀଙ୍କ ସହ ଜୀବନ କାଟୁଛନ୍ତି। ଧର୍ମେନ୍ଦ୍ର ନିଜ ପ୍ରଥମ ପତ୍ନୀ ପ୍ରକାଶଙ୍କୁ ଛାଡ଼ପତ୍ର ନଦେଇ ହେମା ମାଳିନୀଙ୍କୁ ବିବାହ କରିଥିଲେ। ଏହା ପରେ ସେମାନେ ଅଲଗା ହୋଇଯାଇଥିଲେ।

{"id":78925,"width":596,"height":397}

ପ୍ରକାଶ ୧୯ବର୍ଷର ଥିବାବେଳେ ଧର୍ମେନ୍ଦ୍ର ତାଙ୍କୁ ବିବାହ କରିଥିଲେ। ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପାଖାପାଖି ୩୦ଟି ଫିଲ୍ମରେ ଏକାଠି କାମ କରିଥିଲେ। ଏକାଠି କାମ କରୁ କରୁ ଦୁଇଜଣଙ୍କ ମଧ୍ୟରେ ପ୍ରେମ ସୃଷ୍ଟି ହୋଇଥିଲା। ଏଥିପାଇଁ ହେମା ଏବଂ ଧର୍ମେନ୍ଦ୍ର ଇସଲାମ୍ ଧର୍ମ ଗ୍ରହଣ କରି ବିବାହ କରିଥିଲେ। ପ୍ରକାଶ କୈାର କେବେ ମିଡିଆ ସାମନାକୁ ଆସିନାହାନ୍ତି କିନ୍ତୁ ସ୍ବାମୀଙ୍କ ଦ୍ବିତୀୟ ବିବାହର ଦୁଃଖକୁ ମଧ୍ୟ ମିଡିଆକୁ ଲୁଚାଇ ପାରିଲେ ନାହିଁ।

{"id":78926,"width":596,"height":298}

ପ୍ରକାଶ କୈାର ଏକ ସାକ୍ଷାତକାରରେ ନିଜ ସ୍ବାମୀଙ୍କ ଦ୍ବିତୀୟ ବିବାହ ଏବଂ ବବିଙ୍କ ବିଷୟରେ କହିଥିଲେ। ଧର୍ମେନ୍ଦ୍ରଙ୍କ ବିଷୟରେ ପ୍ରକାଶ କୈାର କହିଥିଲେ ଯେ-‘‘ସେ ମୋ ଜୀବନର ପ୍ରଥମ ଏବଂ ଶେଷ ପୁରୁଷ। ସେ ମୋ ପିଲାଙ୍କ ବାପା। ମୁଁ ତାଙ୍କୁ ବହୁତ ଭଲ ପାଏ ଏବଂ ଇଜ୍ଜତ କରେ। ଯାହା ହେବାର ଥିଲା ହୋଇଯାଇଛି। ମୁଁ ବୁଝିପାରୁନାହିଁ ଯେ ଏଥିପାଇଁ ମୁଁ ତାଙ୍କୁ ଦାୟୀ କରିବି ନା ମୋ ଭାଗ୍ୟକୁ। ସେ ମୋଠାରୁ ଯେତେ ଦୂରରେ ଥିଲେ ମଧ୍ୟ ମୁଁ ଜାଣିଛି ଯେ ଯେବେ ମୋର ଆବଶ୍ରକତା ଥିବ ସେ ମୋ ପାଖରେ ଥିବେ।’’   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.