ଶାହରୁଖ ଖାନଙ୍କ ସହ ୧୬ ବର୍ଷ ଧରି କଥା ନହେବାର କାରଣ କହିଲେ ସନୀ ଦେଓଲ

Published By : Prameya-News7 Bureau | June 18, 2019 IST

ଆଜିକାଲି ସନୀ ଦେଓଲଙ୍କର ଏକ ଭିଡିଓ କ୍ଲିପ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ସନୀ ଶାହରୁଖଙ୍କ ସହ ନିଜ ଝଗଡା ହେବା କଥା କନଫର୍ମ କରିଛନ୍ତି । ସନୀ ଶାହରୁଖଙ୍କ ସହ ୧୬ ବର୍ଷ ଯାଏଁ କଥା ନହେବା ଭଳି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଅପରପକ୍ଷରେ ହଠାତ୍‌ ରଜତ ଶର୍ମା ଟୁଇଟରରେ ନିଜ ସୋ “ଆପ କି ଅଦାଲତ”ର ସନୀ ଦେଓଲଙ୍କ ଏପିସୋଡର ଏକ ୩ ବର୍ଷ ପୁରୁଣା କ୍ଲିପ୍‌ ଅପଲୋଡ କରିଛନ୍ତି।

{"id":124467}

ଏହି ଭିଡିଓ ସେହି ସମୟର ଯେବେ ସନୀ ନିଜ ଫିଲ୍ମ ଘାୟଲ ରିଟର୍ଣ୍ଣସ୍‌ର ପ୍ରମୋସନ ପାଇଁ ଆପ କି ଅଦାଲତ ଯାଇ ପହଞ୍ଚିଥିଲେ। ସେଠାରେ ସନୀଙ୍କୁ ପଚାରାଯାଇଥିଲା ଯେ, “ଡର” ଫିଲ୍ମ ସେଟ୍‌ରେ ତାଙ୍କ କୋ-ଷ୍ଟାର ଶାହରୁଖ ଖାନ ଓ ନିର୍ଦ୍ଦେଶକ ୟଶ ଚୋପଡା ତାଙ୍କୁ କଣ ପାଇଁ ଡରୁଥିଲେ। ତାଙ୍କ ମନରେ ନିହାତି କିଛି ଥିବ ସେଥିପାଇଁ ସେମାନେ ଡରୁଥିବେ ବୋଲି ଉତ୍ତରରେ ସନୀ କହିଥିଲେ।ୟଶ ଚୋପଡା ବଲିଉଡ ଅଭିନେତା ଶାହରୁଖ ଓ ସନୀଙ୍କୁ ୧୯୯୩ ମସିହାରେ ଫିଲ୍ମ “ଡର” ପାଇଁ ସାଇନ୍‌ କରିଥିଲେ। ଫିଲ୍ମ ସରିବା ପରେ ସନୀଙ୍କୁ ଲାଗିଥିଲା ଯେମିତି ଚଳଚ୍ଚିତ୍ରର ଖଳନାୟକକୁ ଫିଲ୍ମର ନାୟକ ଭାବେ ଦେଖାଯାଇଛି। ଏଥିପାଇଁ ସନୀଙ୍କୁ ଲାଗିଥିଲା ଯେ, ୟଶ ଚୋପଡା ତାଙ୍କ ସହ ବିଶ୍ବାସଘାତକତା କରିଛନ୍ତି। ଏହି କାରଣ ପାଇଁ ତାପରଠୁ ସନୀ କେବେ ୟଶ ଚୋପଡାଙ୍କ ସହ କାମ କରିଲେନି।

{"id":124469}

ରିପୋର୍ଟ ଅନୁସାରେ “ଡର” ଫିଲ୍ମ ରିଲିଜ ହେବାର ୧୬ ବର୍ଷ ଯାଏଁ ଶାହରୁଖ ଖାନଙ୍କ ସହ ସନୀ କଥାବାର୍ତ୍ତା କରିନଥିଲେ। ତେବେ ସନୀ କହିଛନ୍ତି ଯେ, ସେ ଶାହରୁଖଙ୍କ ସହ କଥା ବାର୍ତ୍ତା କେବେ ବନ୍ଦ କରିନଥିଲେ। ସନୀ ସୋସିଆଲ ମିଡିଆ ଅଧିକ ବ୍ୟବହାର କରନ୍ତି ନାହିଁ। ଅନ୍ୟ କାମରେ ବ୍ୟସ୍ଥ ରହି କେବେ ଶାହରୁଖଙ୍କ ସହ ଦେଖା ହେଇନି ବୋଲି କହିଛନ୍ତି ସନୀ। ଫିଲ୍ମ ଶୁଟିଂ ସେଟ୍‌ରେ ଥରେ ସନୀ ଓ ୟସ ଚୋପଡାଙ୍କ ମଧ୍ୟରେ ଜୋର ସୋରରେ ଝଗଡା ହୋଇଥିଲା।

{"id":124474}

ସେତେବେଳେ ୟଶ ଚୋପଡାଙ୍କ ଜିଦ୍‌ ଆଗରେ ସନୀଙ୍କୁ ତାଙ୍କ କଥା ମାନିବାକୁ ପଡିଥିଲା। କିନ୍ତୁ ତାଙ୍କ ରାଗ ଶାନ୍ତ ହୋଇନଥିଲା। ସେ ଏତେ ରାଗିଥିଲେ ଯେ, ଶୁଟିଂ ସେଟ୍‌ରେ ସନୀ ତାଙ୍କ ହାତ ଜୋରରେ ମୁଠା କରି ନିଜ ପ୍ୟାଣ୍ଟ ପକେଟ୍‌ରେ ପୁରାଇଥିଲେ। କିଛି ସମୟରେ ତାଙ୍କ ପକେଟ୍‌ ଛିଡି ଯାଇଥିଲା। ସନୀଙ୍କର ଏହି ରୂପ ଦେଖି ତାଙ୍କୁ ସମସ୍ତେ ଡରିବାକୁ ଲାଗିଥିଲେ। ସେହି ରାଗରେ ନା ସେ କେବେ ୟଶ ଚୋପଡାଙ୍କ ସହ ଫିଲ୍ମ କରିଲେ ନା କେବେ ଶାହରୁଖଙ୍କ ସହ କଥା ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.