ଏକାଠି ନଜର ଆସିବେ ଦାଦା-ପୁତୁରା : ପୁଅ କରଣ ଏବଂ ଭାଇ ବବିଙ୍କୁ ନେଇ ଫିଲ୍ମ କରିବେ ସନ୍ନି ଦେଓଲ୍
28/11/2020 at 12:22 PM

ମୁମ୍ବାଇ ୨୮/୧୧: ବଲିଉଡ ଅଭିନେତା – ଫିଲ୍ମନିର୍ମାତା ସନି ଦେଓଲ ନିଜ ପୁଅ କରଣ ଦେଓଲ୍ ଏବଂ ଭାଇ ବବି ଦେଓଲଙ୍କୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି। ସେ ଏହି ଫିଲ୍ମର ନିର୍ମାଣ ନିଜ ପ୍ରଡକ୍ସନ୍ ହାଉସ୍ ଭିତରେ କରିବେ। କୁହାଯାଉଛି ଯେ ଫିଲ୍ମ ନିର୍ଦେଶନାର ଦାୟିତ୍ବ ମଧ୍ୟ ସନ୍ନି ଦେଓଲ୍ ହିଁ ସମ୍ଭାଳିବେ।

ସନ୍ନି ଦେଓଲ୍ ନିଜ ପୁଅ କରଣ ଦେଓଲଙ୍କୁ ନେଇ ଫିଲ୍ମ ପଲ ପଲ ଦିଲ କେ ପାସ କରିଥିଲେ ଯାହା ବକ୍ସ ଅଫିସରେ ଅସଫଳ ହୋଇଥିଲା। ସନ୍ନି ନିଜ ପୁଅ କରଣଙ୍କୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି। ସେ ସ୍କ୍ରିପ୍ଟ ଖୋଜୁଥିଲେ ଏବଂ ଏବେ କୁହାଯାଉଛି ଯେ ତାଙ୍କର ଏହି ସନ୍ଧାନ ସରିଛି। ଖୁବ୍ ଶୀଘ୍ର ସେ ଏହି ଫିଲ୍ମକୁ ଘୋଷଣା କରିବେ। କୁହାଯାଉଛି ଯେ ଏହି ଫିଲ୍ମରେ ସନ୍ନି ଦେଓଲଙ୍କ ଭାଇ ବବି ଦେଓଲ ମଧ୍ୟ ନଜର ଆସିବେ।

ସୂଚନା ମୁତାବକ ସନ୍ନି ଏକ ଏପରି ସ୍କ୍ରିପ୍ଟ ଖୋଜୁଥିଲେ ଯେଉଁଥିରେ ବବି ଏବଂ କରଣ ଉଭୟଙ୍କ ପାଇଁ ସ୍କୋପ୍ ଥିବ ଏବଂ ତାଙ୍କୁ ଏହା ମିଳିଯାଇଛି। କରଣ ଏବଂ ବବିଙ୍କ ଏହି ଫିଲ୍ମର ଡାଇରେକ୍ସନ ସନ୍ନି ଦେଓଲ ହିଁ କରିବେ। ବବି ଦେଓଲ ଦୀର୍ଘ ବର୍ଷର ବ୍ୟବଧାନ ପରେ ଫିଲ୍ମ ରେସ୍ ୩ରୁ ବଡ଼ ପରଦାରେ ଫେରିଥିଲେ କିନ୍ତୁ ପ୍ରଶଂସକଙ୍କୁ ଏହି ଫିଲ୍ମ ପସନ୍ଦ ଆସିନଥିଲା। ଫିଲ୍ମରେ ସେ ସଲମାନ ଖାନ୍ ଏବଂ ଅନିଲ କପୁରଙ୍କ ସହ କାମ କରିଥିଲେ।
