Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବେ ସନ୍ନି ଦେଓଲ ବି ନିଖୋଜ, ଲାଗିଲା ପୋଷ୍ଟର

3/06/2021 at 2:38 PM

ଗୁରୁଦାସପୁର ୩।୬: ନବଜୋତ ସିଂ ସିଦ୍ଧୁଙ୍କ ପରେ ଏବଂ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ମଧ୍ୟ ଲଗାଯାଇଛି । ସୂଚନା ଅନୁସାରେ, ଗୁରୁଦାସପୁରରେ ଏବେ ଲୋକମାନେ କଂଗ୍ରେସ ସାଂସଦ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସନ୍ନି ଦେଓଲଙ୍କ ନିଖୋଜ ହେବା ନେଇ ପୋଷ୍ଟର ଲଗାଯାଇଥିଲା । ପୋଷ୍ଟରରେ ଲେଖାଯାଇଛି ଯେ, ସନ୍ନି ଦେଓଲ ଜୀଙ୍କୁ ଯିଏ ପାଇବ ସେ ପଠାନକୋଟ ଜିଲ୍ଲା ଯୁବ କଂଗ୍ରେସ ସହ ଯୋଗାଯୋଗ କରିବା । ଏହାସହ ଏହା ମଧ୍ୟ ଲେଖାଯାଇଛି ଯେ ସନ୍ନି ଦେଓଲଙ୍କପ ଖୋଜି ବାହାର କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଉପଯୁକ୍ତ ପୁରସ୍କାର ଦିଆଯିବ ।

ସୂଚନାଯୋଗ୍ୟ ଯେ, ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ତଥା କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ନିଖୋଜ ନେଇ ପୋଷ୍ଟର ମଧ୍ୟ ଲଗାଯାଇଥିଲା । ଏହି ପୋଷ୍ଟରରେ ସିଦ୍ଧୁଙ୍କ ଫଟୋ ସହ ନିଖୋଜଙ୍କ ସନ୍ଧାନ ବୋଲି ଲେଖାଯାଇଥିଲା । ଏହାସହ ସନ୍ଧାନକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦେବାକୁ ମଧ୍ୟ ଘୋଷଣା କରାଯାଇଥିଲା ।

   Related Posts