Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିଜେପିରେ ସାମିଲ ହେବେ ସନ୍ନି ଦେଓଲ ! ଅମିତ ଶାହଙ୍କ ସହ ଫଟୋ ଭାଇରାଲ

20/04/2019 at 4:59 PM

ନୂଆଦିଲ୍ଲୀ ୨୦/୪ : ବଲିଉଡ ଅଭିନେତା ତଥା ଧର୍ମେନ୍ଦ୍ରଙ୍କ ପୁଅ ସନ୍ନି ଦେଓଲ ରାଜନୀତିରେ ଓହଃଲ୍ଲାଇବ ନେଇ ଚର୍ଚ୍ଚା ଜୋର ଧରିଛି | ସନ୍ନି ଦେଓଲ ବିଜେପିରେ ଯୋଗ ଦେଇପାରନ୍ତି ବଲ୍ଲି ଚର୍ଚ୍ଚା ହେଉଛି | ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସନ୍ନି ଦେଓଲଙ୍କ ଏକ ଫଟୋ ଭାଇରାଲ ହୋଇଛି | ଅମିତ ଶାହ ପଞ୍ଜାବ ଆସନରୁ ସନ୍ନି ଦେଓଲଙ୍କୁ ଟିକେଟ ଦେବା ପାଇଁ ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳିଛି | ଅମିତ ଶାହ ଲୌଣସି ପ୍ରକାରେ ସନ୍ନି ଦେଓଲଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମନେଇବାକୁ ଚାହୁଁଛନ୍ତି | କିଛି ଦିନ ପୂର୍ବରୁ ଜଣାପଡିଥିଲା ଯେ, ସନ୍ନି ଦେଓଲ ରାଜନୀତିରେ ପ୍ରବେଶ କରନ୍ତୁ ବୋଲି ଧର୍ମେନ୍ଦ୍ର ଚାହୁଁନଥିଲେ | ଅମିତ ଶାହ ଓ ସନ୍ନି ଦେଓଲଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଛି ଥା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | ସୂତ୍ର ଅନୁଯାୟୀ, ପଞ୍ଜାବ ଗୁର୍ଦାସପୁର ଏବଂ ଅମୃତସର ଭଳି ପ୍ରତିଷ୍ଠିତ ଆସନ ପାଇଁ ସନ୍ନିଙ୍କୁ ଟିକେଟ ଦିଆଯାଇପାରେ |


ସନ୍ନି ବିଜେପିରେ ସାମିଲ ହେବେ ନା ନାହିଁ, ନିର୍ବାଚନ ଲଢ଼ିବେ ନା ନାହିଁ ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ | କିନ୍ତୁ ଧର୍ମେନ୍ଦ୍ର ୨୦୦୪ ମସିହାରେ ବିଜେପି ଟିକେଟରେ ଵିକନେର ଲୋକସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ଏବଂ ବିଜୟୀ ହୋଇଥିଲେ | କିନ୍ତୁ ପରେ ସେ ରାଜନୀତିରୁ ବିଦାୟ ନେଇଥିଲେ |

   Related Posts