ସନ୍ନି ଦେଓଲ ହେବେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କେଉଁଠୁ

Published By : Prameya-News7 Bureau | March 19, 2019 IST

ପଞ୍ଜାବ୧୯|୩: ଏପ୍ରିଲ ଓ ମେ ମାସରେ ଲୋକସଭା ନିର୍ବାଚନ ହୋବାକୁ ଯାଉଛି। ସାରା ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବ । ଏପ୍ରିଲ ମାସ୧୧ ତାରିଖରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବ। ୭ ପର୍ଯ୍ୟାୟ ନିର୍ବାଚନ ପରେ ମେ ମାସ ୨୩ ତାରିଖରେ ପରିଣାମ ଘୋଷଣା ହେବ। ତେବେ ବିଜେପିରୁ କେଉଁ ଠାରେ କିଏ ଲଢିବ ଏଯାଏଁ ଘୋଷଣା ହୋଇନାହିଁ। ତେବେ ଜଣଙ୍କ ବିଷୟରେ ଖୁବ୍‌ ଅଧିକ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ହିନ୍ଦି ସିନେମା ଜଗତର ଅଭିନେତା ସନ୍ନି ଦେଓଲ। ପ୍ରଥମେ ରିପୋର୍ଟ ଆସିଥିଲା ଯେ, ପଞ୍ଜାବର ଅମୃତସରୁ ସନ୍ନି ବିଜେପି ପାଇଁ ନିର୍ବାଚନ ଲଢିବେ। କିନ୍ତୁ ଏବେ ବିଜେପି ସନ୍ନୀଙ୍କୁ ଉତ୍ତରପ୍ରଦେଶରୁ ନିର୍ବାଚନ ପାଇଁ ପ୍ରାର୍ଥି କରିବ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ ଯେ, ଆନୁଷ୍ଠାନିକ ଭାବେ ବିଜେପି ଏ ନେଇ କୌଣସି ଘୋଷଣା କରିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.