ଚାପୁଡାରୁ ଆରମ୍ଭ ହୋଇଥିଲା ଇଶା ଦେଓଲଙ୍କ ପ୍ରେମ - ସନ୍ନି ଦେଓଲ ଭଉଣୀ ଇଶାଙ୍କୁ ଘରେ କରାଇଥିଲେ ଏଣ୍ଟ୍ରି

Published By : Prameya-News7 Bureau | November 04, 2019 IST

ମୁମ୍ବାଇ୩|୧୧: ବଲିଉଡର ଡ୍ରିମ ଗାର୍ଲ ହେମା ମାଳିନୀ ଓ ସୁପରଷ୍ଟାର ଧର୍ମେନ୍ଦ୍ରଙ୍କ ଝିଅ ଇଶା ଦେଓଲ ଫିଲ୍ମ ଜଗତରେ  ତାଙ୍କ ବାପା ମାଆ ଓ ଭାଇମାନଙ୍କ ପରି ସଫଳକତା ହାସଲ କରିନାହାନ୍ତି । ୭ ବର୍ଷର ଫିଲ୍ମି କ୍ୟାରିଅରରେ ପାଖାପାଖି ୨୩ଟି ଫିଲ୍ମରେ ଅଭିନୟ କରିଛନ୍ତି ଅଭିନେତ୍ରୀ ଇଶା। ହେଲେ ଖୁବ କମ ଫିଲ୍ମରେ ସେ ସଫଳତା ହାସଲ କରିଛନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍‌ ହୋଇଥିଲା। କିନ୍ତୁ ଇଶାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ କୌଣସି ଫିଲ୍ମରୁ କମ ନୁହେଁ।

{"id":178925}

ଫିଲ୍ମ ଦୁନିଆରେ ଇଶା ସଫଳତା ହାସଲ କରିପାରି ନଥିଲେ ସତ ହେଲେ ଜଣେ ଭଲ ଭଉଣୀ ଭାବେ ଇଶା ପରିଚିତ। ସନ୍ନିଙ୍କ ଫିଲ୍ମ ଘାୟଲ ୱାନ୍ସ ଏଗେନ ରିଲିଜ ହେବା ପରେ ଫିଲ୍ମ ଅଧିକ ହିଟ୍‌ ହୋଇ ନଥିଲା। ସନ୍ନିଙ୍କର ଏହି ଫିଲ୍ମରୁ ବହୁତ ଆଶା ଥିଲା କିନ୍ତୁ ଫିଲ୍ମ ବେଶ କିଛି କରି ନଥିଲା। ଏହା ପରେ ଇଶାଙ୍କୁ ଭାରତରେ ହେଣ୍ଡବଲ ବ୍ରାଣ୍ଡ ଏମ୍ବାସେଡର ଭାବେ ଚୟନ କରାଯାଇଥିଲା।ଯାହା ଶୁଣି ବଡ ଭାଇ ସନ୍ନି ଓ ସାନ ଭାଇ ବବି ବହୁତ ଖୁସି ହୋଇଥିଲେ।

{"id":178926}

ସୂଚନାଯୋଗ୍ୟ ଯେ, ଧର୍ମେନ୍ଦ୍ର ଓ ତାଙ୍କ ପ୍ରଥମ ପତ୍ନୀ ପ୍ରକାଶ କୌରଙ୍କ ଘରେ ଇଶା ଦେଓଲ ଭାଇ ସନ୍ନିଙ୍କ ସାହାଯ୍ୟରେ ପ୍ରବେଶ କରିଥିଲେ। ହେମା ମାଳିନୀଙ୍କ ବହି ବିୟଣ୍ଡ ଦ ଡ୍ରିମ ଗାର୍ଲରେ ଏହି ବିଷୟରେ କୁହାଯାଇଛି। ଇଶା ଦେଓଲ ତାଙ୍କ ପରିବାରର ପ୍ରଥମ ସଦସ୍ୟ ଯିଏ ଦେଓଲଙ୍କ ଘରେ ପ୍ରବେଶ କରିଥିଲେ।  ଏହା ସେହି ସମୟର କଥା ଯେବେ ଧର୍ମେନ୍ଦ୍ରଙ୍କ ଭାଇ ଅଜିତ ସିଂହ ଦେଓଲ ରୋଗରେ ପଡିଥିଲେ।

{"id":178927}

ଏଥିପାଇଁ ଇଶା ନିଜ କକାଙ୍କୁ ଦେଖା କରିବାକୁ ଚାହୁଁଥିଲେ। କକାଙ୍କ ଦେହ ଖରାପ ଶୁଣି ଇଶା ଭାଇ ବବି ଦେଓଲଙ୍କୁ ଫୋନ କରି ନିଜ ଇଚ୍ଛା ପ୍ରକାଶ କରିଥିଲେ। ସନ୍ନି ନିଜ ଭଉଣୀଙ୍କ ଇଚ୍ଛା ପୂରଣ କରିବା ପାଇଁ କକାଙ୍କ ସହ ଭେଟ କରାଇବା ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ବହିର ଲେଖା ଅନୁସାରେ ହେମାଙ୍କ ବଙ୍ଗଳା ଅଜିତ ସିଂହଙ୍କ ଘରଠୁ ୫ମିନିଟ୍‌ ଦୂରରେ ରହିଛି। ହେଲେ ଇଶା ଦେଓଲଙ୍କୁ ସେଠାରେ ପହଞ୍ଚିବା ପାଇଁ ପାଖାପାଖି ୩୪ ବର୍ଷ ଲାଗିଥିଲା।

{"id":178928}

ଇଶାଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମଠୁ କମ ନୁହେଁ। ଏମିତି ଦେଖିବାକୁ ଗଲେ ଇଶା ଏରେଞ୍ଜ ମ୍ୟାରେଜ କରିଛନ୍ତି କିନ୍ତୁ ଅସଲରେ ତାଙ୍କ କାହାଣୀ ଖୁବ ନିଆରା। ପିଲାବେଳୁ ଇଶାଙ୍କର ଇଚ୍ଛା ଥିଲା ଯେ, ସେ ଯାହାକୁ ବିବାହ କରିବେ ସେ ତାଙ୍କ ବାପାଙ୍କ ଭଳି ହ୍ୟାଣ୍ଡସମ୍‌ ହୋଇଥିବା ଦରକାର। ରିପୋର୍ଟ ଅନୁସାରେ ଭରତ ତଖତାନୀ ଇଶାଙ୍କ ପିଲାବେଳର ସାଙ୍ଗ। ଭରତ ମାତ୍ର ୧୩ ବର୍ଷ ବସୟରେ ଇଶାଙ୍କ ପାଇଁ ପାଗଳ ହୋଇଥିଲେ। ଉଭୟଙ୍କ ଦେଖା ସେତେବେଳେ ହେଉଥିଲା ଯେତେବେଳେ ସ୍କୁଲ ମଧ୍ୟରେ ଇଣ୍ଟରସ୍କୁଲ ପ୍ରତିଯୋଗିତା ହେଉଥିଲା।

{"id":178929}

ଥରେ ଭରତ ସ୍କୁଲରେ ଇଶାଙ୍କ ହାତ ଧରିବା ପାଇଁ ଚେଷ୍ଟା କରିଥିଲେ ସେତେବେଳେ ଇଶା ତାଙ୍କୁ ଚାପୁଡା ମାରିଥିଲେ। ଇଶା ଚାପୁଡା ମାରିବା ସହ ଭରଙ୍କୁ କହିଥିଲେ ଯେ, ହାତ ଧରିବା ପାଇଁ ତାଙ୍କର ସାହାସ କେମିତି ହେଲା। ଏହା ପରେ ଉଭୟ ଅନେକ ଦିନ ଯାଏଁ ପରସ୍ପରଙ୍କଠୁ ଅଲଗା ରହିଥିଲେ। ହେଲେ ଭରତଙ୍କ ହୃଦୟରେ ଇଶାଙ୍କ ପାଇଁ ପ୍ରେମ କେବେ କମ ହୋଇନଥିଲା। 

{"id":178930,"width":581,"height":399}

୧୦ ବର୍ଷ ପରେ ଥରେ ଭରତ ଇଶାଙ୍କୁ ଭେଟି ତାଙ୍କ ହାତ ଧରିପାରିବେ କି ନାହିଁ ବୋଲି ପଚାରିଥିଲେ। ସେତେବେଳେ ଇଶା ତୁରନ୍ତ ହଁ କହିଥିଲେ। ପରେ ଉଭୟଙ୍କ ପରିବାର ଦେଖା ହୋଇଥିଲେ ଓ ୨୦୧୨ ମସିହାରେ ଭରତ ଓ ଇଶା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ବିବାହ ପରେ ଇଶା ସବୁଦିନ ପାଇଁ ନିଜ ଫିଲ୍ମି କ୍ୟାରିଅର ଛାଡିଦେଇଥିଲେ। ଏବେ ଇଶା ୨ଟି ସନ୍ତାନର ମାଆ ଓ ସେ ନିଜ ବୈବାହିକ ଜୀବନରେ ବହୁତ ଖୁସି ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.