ବିଜେପିରେ ମିଶିଲେ ସନ୍ନି ଦେଓଲ : କହିଲେ ବାପା ବାଜପେୟୀଙ୍କ ସହ ଯୋଡି ହୋଇଥିଲେ ଆଉ ମୁଁ ମୋଦିଙ୍କ ସହ

Published By : Prameya-News7 Bureau | April 23, 2019 IST

ନୂଆଦିଲ୍ଲୀ ୨୩/୪ : ଫିଲ୍ମ ଅଭିନେତା ସନ୍ନି ଦେଓଲ ରାଜନୀତିରେ ପ୍ରବେଶ କରିଛନ୍ତି | ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ସନ୍ନି ଦେଓଲ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି | ସୁରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କୁ ଦଳର ସଦସ୍ୟତାର ପତ୍ର ଦେଇ ତାଙ୍କୁ ଦଳକୁ ସ୍ୱାଗତ ଜଣାଇଛନ୍ତି | ବିଜେପି ତାଙ୍କୁ ଗୁର୍ଦାସପୁର ଆସନ ଟିକେଟ ଦେବ ବୋଲି ଆଲୋଚନା ହେଉଛି |

{"id":106277}


ଦଳରେ ସାମିଲ ହେବାପରେ ସନ୍ନି ଦେଓଲ ନିଜର ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ତାଙ୍କ ବାପା ଧର୍ମେନ୍ଦ୍ର ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସହ ଯୋଡି ହୋଇଥିଲେ | ଠିକ ସେହିଭଳି ସେ ଏବେ ମୋଦିଙ୍କ ସହ ଯୋଡି ହୋଇଛନ୍ତି | ଆସନ୍ତା ୫ବର୍ଷ ମୋଦି ପୁଣି ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତି ବୋଲି ସେ ନିଜର ଇଛା ପ୍ରକାଶ କରିଛନ୍ତି | ଦେଶର ଯୁବପିଢୀଙ୍କୁ ମୋଦିଙ୍କ ଭଳି ରାଜନେତାଙ୍କ ଦରକାର ଅଛି | ବିଜେପି ପରିବାର ସହ ଯୋଡି ହୋଇ ସେ ନିଜ ପ୍ରଚେଷ୍ଟାରେ ଯାହା କରିପାରିବେ ସବୁ ହୃଦୟର ସହ କରିବେ ବୋଲି କହିଛନ୍ତି |

{"id":106278}


କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଉପସ୍ଥିତ ଥିଲେ | ସେ କହିଛନ୍ତି ଅନେକ ବର୍ଷର ପାରିବାରିକ ସମ୍ପର୍କ ବର୍ତ୍ତମାନ ରାଜନୈତିକ ସମ୍ପର୍କ ହେବାକୁ ଯାଉଛି | ୨୦୦୮ ମସିହାରେ ଧର୍ମେନ୍ଦ୍ର ସାଂସଦ ଥିଲେ | ଧର୍ମେନ୍ଦ୍ରଙ୍କ ଭଳି ସନ୍ନି ମଧ୍ୟ ଜନତାଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ପିୟୁଷ | ସନ୍ନି ଦେଓଲ ଫିଲ୍ମ ଜରିଆରେ ଯେଉଁଭଳି ସୁରକ୍ଷାକର୍ମୀଙ୍କ ଉତ୍ସାହ ବଢ଼ାଇଛନ୍ତି, ସେହିଭଳି ରାଜନୈତିକ ଜୀବନରେ ସେ ବହୁତ ଆଗକୁ ଯିବେ ବୋଲି କହିଛନ୍ତି |

{"id":106279,"width":579,"height":324}


ନିକଟରେ ସନ୍ନି ଦେଓଲ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ | ଅମିତ ଏବଂ ସନ୍ନିଙ୍କ ଏକ ଫଟୋ କିଛି ଦିନ ପୂର୍ବରୁ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ସେତେବେଳେ ସନ୍ନି ବିଜେପିରେ ଯୋଗ ଦେଇପାରନ୍ତି ବୋଲି ଆଲୋଚନା ହେଉଥିଲା | ହେମା ମାଳିନୀ ମଥୁରା ଆସନରୁ ଲଢ଼ୁଛନ୍ତି | ୨୦୧୪ ଲୋକସଭା ନିର୍ବାଚନରେ ହେମା ମାଳିନୀ ମଥୁରା ଆସନରୁ ଜିତିଥିଲେ | କିଛି ଦିନ ପୂର୍ବରୁ ଧର୍ମେନ୍ଦ୍ର ମଥୁରାରେ ପହଂଚି ହେମାଙ୍କ ପାଇଁ ପ୍ରଚାର କରିଥିଲେ |

{"id":106280}


ଚଳିତ ନିର୍ବାଚନରେ ବଲିଉଡର ଅନେକ ଅଭିନେତା ଅଭିନେତା ବିଭିନ୍ନ ଆସନରେ ବିଭିନ୍ନ ଦଳର ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି | ଉର୍ମିଳା କଂଗ୍ରେସ ତରଫରୁ ମୁମ୍ବାଇ ଆସନରୁ ଲଢ଼ୁଥିବାବେଳେ ଜୟା ପ୍ରଦା ବିଜେପି ଟିକେଟରୁ ରାମପୁର ଆସନରୁ ଲଢ଼ୁଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.