ଡେବ୍ୟୁ ଫିଲ୍ମରେ କରଣଙ୍କୁ ଫ୍ଲପ୍ କଲା ସନ୍ନିଙ୍କ ଜିଦ୍ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | September 24, 2019 IST

ମୁମ୍ବାଇ ୨୪/୯: ସନ୍ନି ଦେଓଲ ‘ଜିଦ୍ଦି’ ନାମକ ଏକ ଫିଲ୍ମ କରିଥିଲେ ସତ,କିନ୍ତୁ ତାଙ୍କୁ ଭଲଭାବେ ଜାଣିଥିବା ଲୋକେ କୁହନ୍ତି ଯେ ସେ ବିଲକୁଲ ଜିଦ୍ଦି ନୁହଁନ୍ତି। କିନ୍ତୁ ପୁଅ ମାୟାରେ ସେ ଏପରି ଜିଦ୍ କରିବସିଥିଲେ ଯେ କରଣଙ୍କ କ୍ୟାରିୟର ଆରମ୍ଭ ହେଉ ହେଉ ଶେଷ ହୋଇଯାଇଛି।

{"id":162135}

ଷ୍ଟାର ସନଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ସବୁବେଳେ ବେଶ ଉତ୍ସୁକତା ରହିଥାଏ ଖାସ୍ କରି ବଡ଼ ଷ୍ଟାରଙ୍କର ପୁଅ ଯଦି ଫିଲ୍ମରେ ପାଦ ଦେଉଥିବେ। ଯେତେବେଳେ ସନ୍ନି ଫିଲ୍ମଜଗତରେ ପ୍ରବେଶ କରିଥିଲେ ସେତେବେଳେ ଧର୍ମେନ୍ଦ୍ରଙ୍କ ପୁଅଙ୍କୁ ଦେଖିବା ଲାଗି  ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସୁକତା ରହିଥିଲା। ଏହି ଉତ୍ସୁକତାକୁ ଧର୍ମେନ୍ଦ୍ର ମଧ୍ୟ ସଫଳ କରିଥିଲେ ଏବଂ ସନ୍ନିଙ୍କୁ ଷ୍ଟାର କରି ଦେଇଥିଲେ।

{"id":162136,"width":454,"height":252}

ଧର୍ମେନ୍ଦ୍ର, ଜାଭେଦ ଅଖତର ଭଳି ରାଇଟରଙ୍କ ଦ୍ବାରା ଫିଲ୍ମର କାହାଣୀ ଲେଖାଇଥିଲେ। ରାହୁଲ ରବୈଲ ଭଳି ନିର୍ଦେଶକ ଏବଂ ଆରଡି ବର୍ମନଙ୍କ ଯୋଗୁଁ ‘ବେତାବ’ ସୁପରହିଟ ହୋଇଥିଲା। ଏହାପରଠୁ ସନ୍ନି ଆଉ ପଛକୁ ଫେରି ଚାହିଁନଥିଲେ।

{"id":162137,"width":446,"height":234}

ପ୍ରଥମ ଫିଲ୍ମ ଯଦି ସୁପରହିଟ୍ ହୋଇଥାଏ ତେବେ ଷ୍ଟାରଡମ୍ ମିଳିଯାଇଥାଏ। କିନ୍ତୁ ପ୍ରଥମ ଫିଲ୍ମ ଯଦି ଫ୍ଲପ୍ ହୋଇଥାଏ ତାହେଲେ କ୍ୟାରିୟର ଉପରେ ଆଞ୍ଚ ଆସିଥାଏ।

{"id":162138,"width":450,"height":257}

ସନ୍ନି ନିଷ୍ପତ୍ତି ନେଇଥିଲେ ଯେ ସେ ‘ପଲ ପଲ ଦିଲ କେ ପାସ’ର ନିର୍ଦେଶନା କରିବେ। ସନ୍ନିଙ୍କ ନିର୍ଦେଶନାରେ ଫିଲ୍ମଟି ବିଫଳତା ଦିଗକୁ ଅଗ୍ରସର ହୋଇଥିଲା। ସେ ‘ଦିଲ୍ଲଗି’ ଫିଲ୍ମର ନିର୍ଦେଶନା ଦେଇଥିଲେ କିନ୍ତୁ ତାହା ଭଲ ବ୍ୟବସାୟ କରିନଥିଲା। ଏଥିରେ ସନ୍ନି,ବବି ଏବଂ ଉର୍ମିଳା ଥିଲେ।

{"id":162139}

ଏହା ପରେ ସନ୍ନି ‘ଘାୟଲ ଓ୍ବାନସ୍ ଅଗେନ’ ନିର୍ଦେଶନା ଦେଇଥିଲେ ଯାହା ସୁପର ଫ୍ଲପ୍ ହୋଇଥିଲା। ପ୍ରକୃତରେ ସନ୍ନିଙ୍କୁ ଅନ୍ୟ କୌଣସି ନିର୍ଦେଶକଙ୍କ ଉପରେ ବିଶ୍ବାସ ନଥିଲା। କେତେକ ନିର୍ଦେଶକ କରଣଙ୍କୁ ଲଞ୍ଚ କରିବାକୁ ଚାହିଁଥିଲେ।

{"id":162140}

ସେ କରଣଙ୍କ ଦୁର୍ବଳତା ଜାଣିଥିବାରୁ ଚାହୁଁନଥିଲେ ଯେ ଅନ୍ୟ କେହି ତାଙ୍କ ପୁଅଙ୍କ ଦୁର୍ବଳତା ବିଷୟରେ ଜାଣନ୍ତୁ। ଡେବ୍ୟୁ କରିବାକୁ  ପ୍ରସ୍ତୁତ ନଥିବା​‌ କରଣଙ୍କୁ ଏକ ଫ୍ଲପ୍ ଷ୍ଟୋରି ସହ ଲଞ୍ଚ କରିଥିଲେ ସନ୍ନି। ଯାହାକି ଫିଲ୍ମଟି ଫ୍ଲପ୍ ହେବାର ମୁଖ୍ୟ କାରଣ ଅଟେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.