ଗୁର୍ଦାସପୁର ଆସନ ପାଇଁ ନାମାଙ୍କନ ଦାଖଲ କଲେ ସନ୍ନି ଦେଓଲ

Published By : Prameya-News7 Bureau | April 29, 2019 IST

ଗୁର୍ଦାସପୁର ୨୯/୪ : ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୭୨ ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି | ଏହାସହ ବାକି ଥିବା ୩ଟି ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜାରି ରହିଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଓ ଝାରଖଣ୍ଡରେ ପ୍ରଚାର କରିବେ | କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ରାଜସ୍ଥାନରେ ପ୍ରଚାର କରିବେ | ନିକଟରେ ବିଜେପିରେ ସାମିଲ ହୋଇଥିବା ବଲିଉଡ ଅଭିନେତା ସନ୍ନି ଦେଓଲ ଆଜି ଗୁର୍ଦାସପୁରରେ ନାମାଙ୍କନ ପତ୍ର ଦାଖଲ କରିବେ | ଆଜି ଶତ୍ରୁଘ୍ନ ସିହ୍ନା ମଧ୍ୟ ପାଟଣାରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି |

{"id":108661}


ସନ୍ନି ଦେଓଲ ପଞ୍ଜାବ ଗୁର୍ଦାସପୁର ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି | ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ବିକେ ସିଂହ ଏବଂ ଜିତେନ୍ଦ୍ର ସିଂହ ଉପସ୍ଥିତ ଥିଲେ | ସନ୍ନି ଦେଓଲ ନିଜ ଅସଲି ନାଁ ଅଜୟ ସିଂହ ଦେଓଲ ନାଁରେ ନାମାଙ୍କନ ଦାଖଲ କରିଛନ୍ତି | ସନ୍ନିଙ୍କ ସହ କଭରିଙ୍ଗ ପ୍ରାର୍ଥୀ ଭାବେ ପୂର୍ବତମ ବିଜେପି ଅଧ୍ୟକ୍ଷ ଅଶ୍ୱିନୀ ଶର୍ମା ନାମାଙ୍କନ ଦାଖଲ କରିବେ | ସନ୍ନି ଦେଓଲଙ୍କ ସହ ତାଙ୍କ ସାନ ଭାଇ ବବି ଦେଓଲ ମଧ୍ୟ ଉପସ୍ଥିତ ଥିଲେ |

{"id":108662}

ସନ୍ନି ନାମାଙ୍କନ ଦାଖଲ ପରେ ଆଜି ଗୁର୍ଦାସପୁରରେ ରାଲି କରିବେ | ରାଲି ପରେ ସନ୍ନି ଦେଓଲ ନିଜର ମତଦାନ ସାବ୍ୟସ୍ତ କରିବା ପାଇଁ ମୁମ୍ବାଇ ଯିବେ | ମେ ୧ ତାରିଖ ପରେ ସନ୍ନି ଲଗାତାର ନିଜ କ୍ଷେତ୍ରରେ ପ୍ରଚାର କରିବେ | ପିତା ଧର୍ମେନ୍ଦ୍ର ଓ ଭାଇ ବବି ମଧ୍ୟ ସନ୍ନିଙ୍କ ପାଇଁ ପ୍ରଚାର କରିବେ | ସନ୍ନି ଦେଓଲଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ମୈଦାନକୁ ଓହ୍ଲାଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.