ଗୋଟିଏ ଦିନରେ ସନ୍ନି ଦେଓଲଙ୍କ ପାଇଁ ଦୁଇ ଦୁଇଟି ଦୁଃଖଦ ଖବର : ଜାଣନ୍ତୁ କ’ଣ?

Published By : Prameya-News7 Bureau | September 21, 2019 IST

ମୁମ୍ବାଇ ୨୧/୯: ସେପ୍ଟେମ୍ବର ୧୯ତାରିଖରେ ସନ୍ନି ଦେଓଲ ନିଜ ପୁଅଙ୍କ ଡେବ୍ୟୁ ଫିଲ୍ମ ‘ପଲ ପଲ ଦିଲ କେ ପାସ’ର ସ୍କ୍ରିନିଙ୍ଗ ମୁମ୍ବାଇରେ ରଖିଥିଲେ। ଏହି ଅବସରରେ ସନ୍ନି ଦେଓଲ ପୂରା ଦେଓଲ ପରିବାର ସହ ଅତ୍ୟନ୍ତ ଖୁସି ଏବଂ ଉତ୍ସାହିତ ଥିବା ନଜର ଆସିଥିଲେ। ଗତକାଲି କରଣ ଦେଓଲଙ୍କ ଫିଲ୍ମ ରିଲିଜ ହୋଇଥିଲା। କିନ୍ତୁ ଗତକାଲି ଏହା ରିଲିଜ ହେବା ସହ ଗୋଟିଏ ଦିନରେ ସନ୍ନି ଦେଓଲଙ୍କୁ ଦୁଇ ଦୁଇଟି ଦୁଃଖଦ ଖବର ମିଳିଛି।

{"id":160560}

ପ୍ରଥମ ଖବର :

ସନ୍ନି ଦେଓଲ ତାଙ୍କ ପୁଅ କରଣ ଦେଓଲଙ୍କୁ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ରୁ ବଲିଉଡରେ ଲଞ୍ଚ କରିବାକୁ ନେଇ ଅତ୍ୟନ୍ତ ଖୁସି ଥିଲେ। କିନ୍ତୁ ଏହା ରିଲିଜ ହୋଇଯିବା ପରେ ଫିଲ୍ମକୁ ନେଇ ଚାରିଆଡ଼ୁ ଖରାପ ରିଭ୍ୟୁ ଆସିଛି। ଏହା ସହିତ କେତେକ ଲୋକ କରଣ ଦେଓଲଙ୍କ ଏହି ଫିଲ୍ମକୁ ସବୁଠୁ ଖରାପ ଫିଲ୍ମ ବୋଲି କହୁଛନ୍ତି। ଫଳରେ ସନ୍ନି ଦେଓଲ ପୂରାପୂରି ନିରାଶ ହୋଇ ଯାଇଛନ୍ତି।

{"id":160561}

ଦ୍ବିତୀୟ ଖବର :

ଗତକାଲି ସନ୍ନି ଦେଓଲ ଏବଂ ଅଭିନେତ୍ରୀ କରିଶ୍ମା କପୁରଙ୍କୁ ନେଇ ୨୨ବର୍ଷ ତଳର ପୁରୁଣା ଘଟଣା ସାମନାକୁ ଆସିଛି। ୧୯୯୭ମସିହାରେ ଏକ ଫିଲ୍ମର ସୁଟିଂ ସମୟରେ ବେଆଇନ ଭାବେ ଚଳନ୍ତା ଟ୍ରେନର ଏମରଜେନ୍ସି ଚେନକୁ ଟଣାଯାଇଥିଲା। ଫଳରେ ଟ୍ରେନ୍ ୨୫ମିନିଟ୍ ବିଳମ୍ବ ହୋଇଥିଲା। ଏହି କାରଣରୁ ସନ୍ନି ଦେଓଲ ଏବଂ କରିଶ୍ମା ଏହି ଅଭିଯୋଗରେ ଫସିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.