ମତଦାନ ବେଳେ କଂଗ୍ରେସ ସରକାରୀ ମେସିନାରୀର ଦୂରୁପଯୋଗ କରିବା ଆଶଙ୍କାରେ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ସନ୍ନି ଦେଓଲ

Published By : Prameya-News7 Bureau | May 18, 2019 IST

ଚଣ୍ଡୀଗଡ ୧୮/୫ : ଅଭିନେତା ତଥା ଗୁର୍ଦାସପୁର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସନ୍ନି ଦେଓଲ ଶୁକ୍ରବାର ଦିନ ପଞ୍ଜାବରେ ସତ୍ତାରୁଢ ଥିବା କଂଗ୍ରେସ ସରକାର ଦ୍ୱାରା ସରକାରୀ ମେସିନାରୀର ଦୂରୁପଯୋଗ ଆଶଙ୍କାରେ ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଅତିରିକ୍ତ ଅର୍ଦ୍ଧସୈନିକ ବଳ ନିୟୋଯିତ କରିବା ପାଇଁ ଦାବି କରିଥିଲେ ।

{"id":113163}

ଗୁର୍ଦାସପୁରକୁ ଅତି ସମ୍ବେଦନଶୀଳ ନିର୍ବାଚନ କ୍ଷେତ୍ର ଘୋଷଣା କରିବା ପାଇଁ ସନ୍ନି ଦେଓଲ ଦାବି କରିଥିଲେ । ଏହି ଅଞ୍ଚଳରେ ହିଂସା ସମ୍ଭାବନା ରହିଛି ବୋଲି ସେ କହିଥିଲେ । ୨୦୧୮ ଡିସେମ୍ବର ମାସରେ ପଞ୍ଜାବରେ ହୋଇଥିବା ପଞ୍ଚାୟତ ନିର୍ବାଚନ ବେଳେ ଗୁର୍ଦାସପୁର ସୀମାବର୍ତ୍ତୀ ନିର୍ବାଚନ କ୍ଷେତ୍ରରେ ହିଂସା ହୋଇଥିଲା ବୋଲି ସେ କହିଥିଲେ ।

{"id":113164}

ସନ୍ନି ଦେଓଲଙ୍କ ଓକିଲ ପଙ୍କଜ ଜୈନ କହିଛନ୍ତି ଯେ, ନିର୍ବାଚନ ବେଳେ କଂଗ୍ରେସ ସରକାରୀ ମେସିନାରୀର ଦୂରୁପଯୋଗ କରିବାର ଆଶଙ୍କା ରହିଛି । ସେଥିପାଇଁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି । କୋର୍ଟ ନିର୍ବାଚନ ଆୟୋଗଙ୍କୁ ଗୁର୍ଦାସପୁରରେ ସ୍ୱତନ୍ତ୍ର ଏବଂ ନିରପେକ୍ଷ ନିର୍ବାଚନକୁ ନେଇ ସୂଚନା ମାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.