ବିହାର ପବ୍ଲିକ ହେଲଥ୍ ଇଂଜିନିୟରିଂ ନିଯୁକ୍ତି ତାଲିକାରେ ସୋନିଲିୟନ ପ୍ରଥମ

Published By : Prameya-News7 Bureau | February 22, 2019 IST

ବିହାର ୨୨/୨- ବଲିଉଡ଼ ଅଭିନେତ୍ରୀ ସୋନିଲିୟନ ବିହାର ବିହାର ପବ୍ଲିକ ହେଲଥ୍ ଇଜିନିୟରିଂ ନିଯୁକ୍ତି ତାଲିକାରେ ପ୍ରଥମ । ଅଫିସିଆଲ ଓ୍ଵେବସାଇଟ phed.bih.nic.in ରେ ପ୍ରକାଶିତ ତାଲିକାରେ ସୋନିଲିୟନ ପ୍ରଥମ ସ୍ଥାନ ଅଧିକାର କରିଥିବା କଥା ହୁଏତ ଆପଣଙ୍କୁ ଟିକେ ଅଡ଼ୁଆ ଲାଗିପାରେ କିନ୍ତୁ କଥାଟି ସଂପୂର୍ଣ୍ଣ ସତ ।

{"id":87732}

ବିହାର  ପବ୍ଲିକ ହେଲଥ୍ ଇଂଜିନିୟରିଂ ନିଯୁକ୍ତି ତାଲିକାରେ ସୋନିଲୟନ ୯୮.୫୦ ମାର୍କ ରଖିଥିବା କଥା ମଧ୍ୟ ସ୍ଫଷ୍ଟଭାବେ ପ୍ରକାଶିତ ହୋଇଛି । ୨୭ ବର୍ଷ ବୟସ୍କ ସୋନି ଲିଓନଙ୍କ ବାପା  ଲିଓନା ଲିଓନଙ୍କ ନାମ ପ୍ରକାଶିତ ହେବା ସହିତ ୫ବର୍ଷ ଚାକିରି ଅନୁଭୂତି ଦର୍ଶାଯାଇଛି ।

ବିହାର ପବ୍ଲିକ ହେଲଥ କେୟାର ୨୧୪ ପଦ ପାଇଁ ୧୭,୯୧୧ ଜଣ ଆବେଦନ କରିଥିଲେ । ଏହା ମଧ୍ୟରୁ ୬୪୩ ଜଣଙ୍କୁ ସର୍ଟ ଲିଷ୍ଟେଡ଼ କରାଯାଇଥିଲା । ଏହି ୬୪୩ଜଣଙ୍କ ଭିତରୁ ସୋନି ଲିଓନ ସର୍ବାଧିକ ନମ୍ବର ରଖିଥିବା କଥା ଅଫିସିଆଲ ଓ୍ଵେବସାଇଟରେ ଦର୍ଶାଯାଇଛି ।

ଆହୁରି ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ଜଣେ ଛାତ୍ରଙ୍କର ନାଁ bvcxzbnnb   ବାପାଙ୍କ ନାଁ mggvghhnn ତୃତୀୟ ସ୍ଥାନରେ ଥିବା କଥା ଜଣାଯାଇଛି । ବିହାରର ଏଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗର ନିଯୁକ୍ତିରେ ଯଦି ଏମିତି ଖାମଖିଆଲି ଭାବେ ସ୍କ୍ରିନିଂ ବ୍ୟବସ୍ଥାକୁ ନିଆଯାଏ, ତାହେଲେ ସ୍ଵଚ୍ଛତା ବାବଦରେ ପ୍ରଶ୍ନ ଉଠିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.