ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ କରିବ ନାହିଁ ସୁନ୍ନି ୱାକଫ ବୋର୍ଡ

Published By : Prameya-News7 Bureau | November 26, 2019 IST

ସୁପ୍ରିମକୋର୍ଟଙ୍କ ଅଯୋଧ୍ୟା ରାୟକୁ ଚ୍ୟାଲେଞ୍ଜ କରିବ ନାହିଁ ସୁନ୍ନି ୱାକଫ ବୋର୍ଡ। ଆଜି ବସିଥିବା ସୁନ୍ନି ୱାକଫ ବୋର୍ଡର ବୈଠକରେ ଅଧିକାଂଶ ସଦସ୍ୟ ଏହା ସପକ୍ଷରେ ନିଜର ମତ ଦେଇଛନ୍ତି। 

{"id":190110,"width":572,"height":428,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆଜି ଲକ୍ଷ୍ନୌରେ ସୁନ୍ନି ୱାକଫ ବୋର୍ଡର ବୈଠକ ବସିଥିଲା ।  ଏଥିରେ ବୋର୍ଡର ୭ ସଦସ୍ୟଙ୍କ ମଧ୍ୟରୁ ୬ ସଦସ୍ୟ  ସୁପ୍ରିମକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ  ନ କରିବା ଲାଗି ମତ ଦେଇଥିଲେ।  ୭ ଟି ଏଜେଣ୍ଡାକୁ ନେଇ ୱାକଫ ବୋର୍ଡର ବୈଠକ ବସିଥିଲା।  ଯେଉଁଥିରେ ସୁପ୍ରିମକୋର୍ଟ  ମୁସଲମାନ ପକ୍ଷଙ୍କୁ ଦେଇଥିବା ୫ ଏକର ଜମି ଉପରେ ମଧ୍ୟ ଆଲୋଚନା ହୋଇଥିଲା।  ଏହି ସ୍ଥାନରେ ମସଜିଦ ତିଆରି କରାଯିବ ନା  ହସ୍ପିଟାଲ କି ସ୍କୁଲ, ଏ ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା।  ତେବେ ୱାକଫ ବୋର୍ଡ ନିଷ୍ପତ୍ତି ନେଇଛି ୫ ଏକର ଜମି ମିଳିସାରିବା ପରେ ହିଁ ଏ ବାବଦରେ ନିଷ୍ପତ୍ତି ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.