ଅଯୋଧ୍ଯ ରାୟ ପରେ ସୁନ୍ନି ଓ୍ବାକଫ ବୋର୍ଡ ଡାକିଲା ବୈଠକ :୫ଏକର ଜମି ନେଇ ହେବ ଆଲୋଚନା

Published By : Prameya-News7 Bureau | November 10, 2019 IST

ନୂଆଦିଲ୍ଲୀ ୧୦।୧୧: ଶନିବାର ସୁପ୍ରିମକୋର୍ଟ ଦେଶର ସର୍ବପୁରାତନ ଏବଂ ବହୁତ ସମ୍ବେଦନଶୀଳ ଅଯୋଧ୍ୟା ମାମଲାରେ ରାୟ ପ୍ରଦାନ କରିଥିଲେ ।  ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ବିବାଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ  ଏହାର ପକ୍ଷକାର ଏହି ରାୟ ଉପରେ ମନ୍ଥନ କରିବା ଆରମ୍ଭ କରିସାରିଲେଣି । ମୁସଲିମ ପକ୍ଷରୁ ସୁନ୍ନି ଓ୍ବାକଫ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁଖ କହିଛନ୍ତି ଯେ ୧୫ଦିନ ମଧ୍ୟରେ ଏକ ବୈଠକ ଡକାଯିବ । ବୈଠକରେ ପାଞ୍ଚ ଏକର ଜମି ଦେବା ରାୟ ଉପରେ  ମନ୍ଥନ ହେବ । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବା ପାଇଁ ରାୟ ଶୁଣାଇଥିବା ବେଳେ, ମୁସଲିମ ପକ୍ଷଙ୍କୁ ମସଜିଦ ନିର୍ମାଣ ପାଇଁ ଅଯୋଧ୍ଯାରେ ୫ ଏକର ଜମି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରମିକୋର୍ଟ ।

{"id":181883}

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କୁ ଗଠିତ ପାଞ୍ଚଜଣିଆ ପୀଠ ଶନିବାର ଏହି ଐତିହାସିକ ରାୟ ଶୁଣାଇଥିଲେ । ମୁସଲିମ୍ ପକ୍ଷ ବିବାଦୀୟ ଜମିରୁ ନିଜ ମାଲିକାନା ସାବ୍ୟସ୍ଥ୍ୟ କରିବାରେ ବିଫଳ ହୋଇଥିଲା , ଯାହାଫଳରେ ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ଦିଆଯାଇଥିଲା।  

{"id":181884,"width":582,"height":413}

ଶନିବାର ଯେତେବେଳେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସୁନ୍ନି ଓ୍ବାକଫ ବୋର୍ଡ ପକ୍ଷରୁ କୁହାଗଲା ଯେ ଏହି ରାୟ ଉପରେ  ପୁର୍ନବିଚାର ପାଇଁ ମାମଲା ଦାୟର କରାଯିବ ନାହିଁ  । ସୁନ୍ନି ଓ୍ବାକଫ ବୋର୍ଡର ଅଧ୍ୟକ୍ଷ ଜଫର ଫାରୁକି କହିଥିଲେ ଯେ, ଆମେ ପ୍ରଥମରୁ ହିଁ କହିଥିଲୁ , ଯେ ସୁପ୍ରିମକୋର୍ଟଙ୍କ ଯାହା ରାୟ ଶୁଣାଇବେ ତାକୁ ଆମେ ଗ୍ରହଣ କରିବୁ , ସେଥିପାଇଁ ଏହା ଉପରେ ଆମେ ଆବେଦନ କରିବୁ ନାହିଁ ।  ସେପଟେ ଅଲ୍ ଇଣ୍ଡିଆ ମୁସଲିମ ପର୍ସଲନ ଲ ବୋର୍ଡ ପକ୍ଷରୁ ଜଫରୟାବ ଜିଲାନୀ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ଆମେ ଅସନ୍ତୁଷ୍ଟ , କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛୁ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.