ସୂର୍ଯ୍ୟ ଆଲୋକ ସମାଜ ସେବା: ଘରେ ଘରେ ବୁଲି ଶୁଖିଲା ଖାଦ୍ୟ ବାଣ୍ଟିଲେ ସଂଗଠନର ସଦସ୍ୟ
26/04/2020 at 8:43 PM

ଭୁବନେଶ୍ବର୨୬/୪: କରୋନା ଆତଙ୍କରେ ପୂରା ରାଜ୍ୟବାସୀ ଆତଙ୍କିତ। ରାଜ୍ୟରେ ସଟ୍ଡାଉନ୍ ଏବଂ ଲକ୍ଡାଉନ୍ ଯୋଗୁଁ ଜୀବନ- ଜୀବିକା ପ୍ରଭାବିତ। ଏଭଳି ସଙ୍କଟଜନକ ପରିସ୍ଥିତିରେ ଖଟିଖିଆ ତଥା ଦିନ ମଜୁରିଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ସୂର୍ଯ୍ୟ ଆଲୋକ ସମାଜ ସେବାର ସଦସ୍ୟ। ଏହି ସଂଗଠନ ସମାଜସେବା କ୍ଷେତ୍ରରେ ଯାଜପୁର ଜିଲ୍ଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଏଭଳି ଅଭାବନୀୟ ପରିସ୍ଥିତିରେ ଘରେ ଘରେ ବୁଲି ଲୋକମାନଙ୍କ ପାଖରେ ଶୁଖିଲା ଖାଦ୍ୟ ପହଁଞ୍ଚାଉଛନ୍ତି, ଏହି ସଂସ୍ଥାର ସଦସ୍ୟମାନେ। ଏହି ସଂଗଠନର ସଦସ୍ୟ ଚନ୍ଦ୍ର ନାରାୟଣ ଦାସଙ୍କ ନେତୃତ୍ବରେ ଦଶରଥପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଶୁଖିଲା ଖାଦ୍ୟ ବଣ୍ଟା ଯାଉଛି।

କେବଳ କରୋନା ନୁହେଁ ବିଭିନ୍ନ ବିପର୍ଯ୍ୟସ୍ତ ସମୟରେ ଗରିବଙ୍କ ବନ୍ଧୁ ସାଜିଛନ୍ତି ସୂର୍ଯ୍ୟ ଆଲୋକ ସମାଜସେବାର ସଦସ୍ୟମାନେ। ସମାଜର ଅବହେଳିତ ଲୋକଙ୍କୁ ସାମଜର ମୁଖ୍ୟ ସ୍ରୋତରେ ସାମିଲ କରିବାରେ ସୂର୍ଯ୍ୟ ଆଲୋକ ସମାଜସେବାର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି। ଏହି ସଂଗଠନର ସଦସ୍ୟ ଚନ୍ଦ ନାରାୟଣ ଦାସ କହିଛନ୍ତି ଯେ, ଅସୁବିଧା ସମୟରେ ଲୋକମାନଙ୍କୁ ସାହାଯ୍ୟ କରିବାରେ ତାଙ୍କୁ ଆନନ୍ଦ ମିଳିଥାଏ। ତେଣୁ ସୂର୍ଯ୍ୟ ଆଲୋକ ସମାଜସେବା ଏଭଳି ସମାଜ ହିତରେ ସବୁବେଳେ କାର୍ଯ୍ୟ କରିବ।ଏ ହି ସଂଗଠନର ସଦସ୍ୟମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।