Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ବଳ ହେଉଛନ୍ତି ସୂର୍ଯ୍ୟ, ହ୍ରାସ ପାଉଛି ସୂର୍ଯ୍ୟାଲୋକ : କାରଣ ଖୋଜୁଛନ୍ତି ବୈଜ୍ଞାନିକ

6/05/2020 at 3:15 PM

ନୂଆଦିଲ୍ଲୀ ୦୬/୦୫ : ପୃଥିବୀପୃଷ୍ଠରେ ଜୀବନ ପାଇଁ ସୂର୍ଯ୍ୟଙ୍କ ଉର୍ଜା ସବୁଠାରୁ ମହତ୍ୱପୂର୍ଣ୍ଣ | ଏକ ନୂଆ ଅଧ୍ୟୟନ ଅନୁଯାୟୀ ଅନ୍ତରୀକ୍ଷରେ ଉପସ୍ଥିତ ଅନ୍ୟ ଗ୍ରହ ଉପଗ୍ରହମାନଙ୍କ ମଧ୍ୟରୁ ସୂର୍ଯ୍ୟ ଦୁର୍ବଳ ହୋଇପଡିଛି | ଜର୍ମାନୀର ମ୍ୟାକ୍ସ ପ୍ଳେଙ୍କ ଇନଷ୍ଟିଚ୍ୟୁଟର ବୈଜ୍ଞାନିକ ସୂର୍ଯ୍ୟଙ୍କ ତୁଳନା ଅନ୍ତରୀକ୍ଷରେ ଉପସ୍ଥିତ ଅନେକ ତାରକାଙ୍କ ସହ କରିଛନ୍ତି | ତାଙ୍କ କହିବାନୁଯାୟୀ, ସୂର୍ଯ୍ୟ ସେହି ତାରକାମାନଙ୍କ ତୁଳନାରେ ୫ ଗୁଣ ଦୁର୍ବଳ ହୋଇପଡିଲାଣି |

ଏକ ରିପୋର୍ଟ ଅନୁଯାୟୀ, ନାସାରୁ ଅବସର ନେଇଥିବା କେପ୍ଲର ସ୍ପେସ ଟେଲିସ୍କୋପ ଡାଟା ବ୍ୟବହାର କରି ଜର୍ମାନୀ ବୈଜ୍ଞାନିକ ମିଲ୍କି ୱେରେ ଉପସ୍ଥିତ ସୂର୍ଯ୍ୟଙ୍କ ଭଳି ଅନ୍ୟ ତାରକାଙ୍କ ସହ ତୁଳନା କରିଛନ୍ତି | ଗବେଷକଙ୍କ କହିବାନୁଯାୟୀ, ସୂର୍ଯ୍ୟ ବିଗତ ୯ ହଜାର ବର୍ଷ ହେଲା ଏକ ଶାନ୍ତ ଅବଧି ଦେଇ ଗତି କରୁଥିବା ସ୍ପଷ୍ଟ ହୋଇନାହିଁ କିମ୍ବା ସୂର୍ଯ୍ୟ କିରଣ ଅନ୍ୟ ସାମାନ୍ୟ ତାରକାଙ୍କ ତୁଳନାରେ କମ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ |

ବୈଜ୍ଞାନିକ ସୂର୍ଯ୍ୟ ଭଳି ୨ ହଜାର ୫୦୦ ରୁ ଅଧିକ ତାରକାଙ୍କ ଉପରେ ଅଧ୍ୟୟନ କରିଛନ୍ତି | ଅଧ୍ୟୟନରୁ ଜଣାପଡିଛି ଯେ, ସୂର୍ଯ୍ୟ କିରଣ ପୂର୍ବାପେକ୍ଷା ଦୁର୍ବଳ ପଡ଼ିଗଲାଣି | ମ୍ୟାକ୍ସ ପ୍ଳେଙ୍କ ଇନଷ୍ଟିଚ୍ୟୁଟର ଅନୁସନ୍ଧାନକର୍ତ୍ତା ଡା.ଆଲେକ୍ଜାଣ୍ଡାର ସୋପୋରୋ କହିଛନ୍ତି ଯେ, ସେ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଯେ ସୂର୍ଯ୍ୟ ଭଳି ଦେଖା ଯାଉଥିବା ଅନେକ ତାରକା ସୂର୍ଯ୍ୟଙ୍କ ତୁଳନାରେ ଅଧିକ ସକ୍ରିୟ |

ଏହି ଅଧ୍ୟୟନ ପୂର୍ବରୁ ଆଉ ଜଣେ ଗବେଷକ ଡା.ଟିମୋ କହିଛନ୍ତି ଯେ, ସୂର୍ଯ୍ୟ ବିଗତ କେତେ ହଜାର ବର୍ଷ ହେଲା ବହୁତ ଶାନ୍ତ ରହିଥିବା ଅନୁମାନ କରାଯାଉଛି | ସେ ସୂର୍ଯ୍ୟର ଏକ ବିକୃତ ଫଟୋ ମଧ୍ୟ ସେୟାର କରିଛନ୍ତି | ଡା.ଟିମୋ ଆହୁରି କହିଛନ୍ତି ଯେ, ସୂର୍ଯ୍ୟ ପାଖାପାଖି ୪.୬ ବିଲିୟନ ବର୍ଷ ପୁରୁଣା ଏବଂ ସେଥିପାଇଁ ଏହା ମଧ୍ୟ କୁହାଯାଇପାରେ ଯେ ୯ ହଜାର ବର୍ଷ ସୂର୍ଯ୍ୟ ପାଇଁ ଚୁଟକୀ ବଜାଇବା ସହ ସମାନ |   

ଏହାସହ ଏହା ପତା କରିବାର କୌଣସି ତରିକା ନାହିଁ ଯେ, ୯ ହଜାର ବର୍ଷ ପୂର୍ବରୁ ସୂର୍ଯ୍ୟ କେତେ ସକ୍ରିୟ ଥିଲା ଏବଂ ସେଥିପାଇଁ ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ ତୁଳନା କେବଳ ଅନ୍ୟ ତାରକାମାନଙ୍କ ସହିତ ହିଁ କରିପାରିଥିଲେ | ଅଷ୍ଟ୍ରେଲିଆ ୟୁନିଭର୍ସିଟି ଅଫ ସାଉଥ ୱେଲସ ଏବଂ ଦକ୍ଷିଣ କୋରିଆର ସ୍ପେସ ରିସର୍ଚ୍ଚ ସ୍କୁଲ ସହିତ ମ୍ୟାକ୍ସ ପ୍ଳେକଙ୍କ ଗବେଷକମାନେ ଏହା ଉପରେ ଯାଞ୍ଚ କରିଥିଲେ ଯେ ସୂର୍ଯ୍ୟ ଅନ୍ୟ ତାରକାମାନଙ୍କ ତୁଳନାରେ ସାମାନ୍ୟ ଭାବେ କାମ କରୁଛି ନା ନାହିଁ |

ତେବେ ଏହା ସ୍ପଷ୍ଟ ହୋଇପାରିନାହିଁ ଯେ, ସୂର୍ଯ୍ୟ ପୂର୍ବ ଅପେକ୍ଷା ଦୁର୍ବଳ କାହିଁକି ହୋଇପଡିଛି | ବୈଜ୍ଞାନିକଙ୍କ କହିବାନୁଯାୟୀ, ସୂର୍ଯ୍ୟ ଅନ୍ତରୀକ୍ଷରେ ଉପସ୍ଥିତ ଠିକ ତା’ ଭଳି ଦେଖା ଯାଉଥିବା ଅନ୍ୟ ତାରକାମାନଙ୍କ ଠାରୁ ଅଲଗା ଏବଂ ସେଥିପାଇଁ ଏହିଭଳି ବ୍ୟବହାର କରୁଥିବା ଅନୁମାନ କରାଯାଉଛି | ଗବେଷକ ଦାବି କରିଛନ୍ତି ଯେ, ସୂର୍ଯ୍ୟ ଗତ ୯ ହଜାର ବର୍ଷରୁ ଅସାମାନ୍ୟ ଭାବେ ଦୁର୍ବଳ ହେଉଛି | ତେବେ ସୂର୍ଯ୍ୟ କିରଣରେ ଆହୁରି ପରିବର୍ତ୍ତନ ହେବାର ଆଶଙ୍କା କରାଯାଉଛି ବୋଲି ଗବେଷକ କହିଛନ୍ତି | ତେବେ ବର୍ତ୍ତମାନ ଚିନ୍ତାର କୌଣସି କାରଣ ନାହିଁ ବୋଲି ଗବେଷକ କହିଛନ୍ତି |

   Related Posts