କୋରାପୁଟରେ ବାତ୍ୟା 'ଗୁଲାବ'ର ପ୍ରଭାବ, ସୁଙ୍କି-ରାଲେଗଡା ଘାଟିରେ ଧସିଲା ପଥର

Published By : Prameya-News7 Bureau | September 28, 2021 IST

କୋରାପୁଟ,୨୮/୦୯:  ବାତ୍ୟା ଗୁଲାବ ପ୍ରଭାବରେ କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଳକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ସୁଙ୍କି ଓ ରାଲେଗଡ଼ା ଘାଟି ରାସ୍ତାରେ ପାହାଡ଼ ଧସି ଜାତୀୟ ରାଜପଥ ୨୬ରେ ଦୀର୍ଘ ୨୪ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲା ଅବରୋଧ ହୋଇ ରହିଛି।

ଏହାସହ ଯାନବାହାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଘଟଣା ସ୍ଥଳରେ ଏନଡିଆରଏଫ ଓ ଓଡ୍ରାଫ ଟିମ୍ ପହଁଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହୁରି ମଧ୍ୟ ଜିଲ୍ଲାର ୧୦୩ ଗ୍ରାମରେ ୩୨୫ଟି ଘର ଭାଙ୍ଗି ଯାଇଥିବା ବେଳେ ୨୭୫୪୦ଜଣ ପ୍ରଭାବିତ ହୋଇଛନ୍ତି।

ଏବେବି ସେଠାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜୀବନଯାତ୍ରାକୁ ପୂର୍ବଭଳି କରିବା ପାଇଁ ଜିଲ୍ଲାପାଳ ମାରାଥନ୍ ବୈଠକ କରୁଛନ୍ତି। ସରକାରୀ କର୍ମଚାରୀ ଓ ବିଦ୍ୟୁତ ବିଭାଗ ମଧ୍ୟ ସଜାଗ ରହିଛି। ଏହାସହ ୫ ଦିନ ମଧ୍ୟରେ କ୍ଷୟକ୍ଷତି ବାବଦରେ ସମସ୍ତ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.