ସଂଜୟ ଦତ୍ତ ଅସୁସ୍ଥ, ଲୀଳାବତୀ ହସପିଟାଲରେ ଭର୍ତ୍ତୀ

Published By : Prameya-News7 Bureau | August 08, 2020 IST

ମୁମ୍ବାଇ ୦୮/୦୮- ଅଭିନେତା ସଂଜୟ ଦତ୍ତ ଅସୁସ୍ଥ । ତାଙ୍କୁ ତୁରନ୍ତ ଲୀଳାବତୀ ହସପିଟାଲରେ  ଭର୍ତ୍ତୀ କରାଯାଇଛି । ନିଶ୍ବାସ ନେବାରେ ସମସ୍ୟା ହେବା କାରଣରୁ ସଂଜୟ ଦତ୍ତ ହଠାତ ଅସୁସ୍ତ ହୋଇ ପଡିଥିଲେ । ତେବେ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ  ସଙ୍ଗେ ସଙ୍ଗେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ବଡ଼ ଆଶ୍ବସ୍ତିକର ଖବର ହେଲା ସଂଜୟଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ।ତାଙ୍କୁ ଏବେ ଅଣ କରୋନା  ୱାର୍ଡରେ ରଖାଯାଇ ଚିକିତ୍ସା ଚାଲିଛି । ତେବେ  ସଂଜୟ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ ବି ସେଭଳି କିଛି ଚିନ୍ତାର କାରଣ ନଥିବା ତାଙ୍କ ନିକଟତମ ସୂତ୍ରରୁ ପ୍ରକାଶ । କିଛି ରୁଟିନ ପରୀକ୍ଷା  କରାଯିବା ସହ ସଂଜୟଙ୍କୁ ଆଜି ରାତିରେ  ଲୀଳାବତୀ ହସପିଟାଲରେ ହିଁ ରହିବାକୁ ପଡିବ । ଆସନ୍ତାକାଲି ତାଙ୍କୁ ଡିସଚାର୍ଜ କରାଯିବା ବୋଲି ଜଣା ଯାଇଛି ।ସେ କରୋନା ସଂକ୍ରମିତ ହୋଇ ନଥିବାରୁ ତାଙ୍କ ସ୍ବାସ୍ଥାବସ୍ଥା ନେଇ ସେଭଳି କିଛି  ଚିନ୍ତା ନାହିଁ ବୋଲି ସୂଚନା ଦିଆଯାଇଛି ।

{"id":311833,"width":749,"height":562,"sizeSlug":"large"}

ସୂଚନା ଯୋଗ୍ୟ ଯେ, ସଂଜୟ ଦତ୍ତ ଏବେ ତାଙ୍କ ପରିବାରଠୁ ଦୂରରେ । କାରଣ ଲକ୍‌ ଡାଉନ୍‌ରେ ପତ୍ନୀ ମାନ୍ୟତା ତାଙ୍କର ଦୁଇ ପିଲାଙ୍କ ସହ ଦୁବାଇରେ ଅଟକି ଯାଇଛନ୍ତି । ନିକଟରେ ମାନ୍ୟତାଙ୍କ ଜନ୍ମଦିନ ଥିଲା । ଏପଟେ ପରିବାରକୁ ମିସ୍‌ କରୁଥିବା ସଂଜୟ ମୁମ୍ବାଇରେ ରହୁଛନ୍ତି ।ଲକ୍‌ଡାଉନ ସତ୍ତ୍ବେ ତାଙ୍କହାତରେ ଅନେକ ପ୍ରୋଜେକ୍ଟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.