ଅନ୍ତର୍ଜାତୀୟ ହକିକୁ ଗୁଡବାୟ କହିଲେ ସୁନିତା

Published By : Prameya-News7 Bureau | January 02, 2020 IST

ନୂଆଦିଲ୍ଲୀ ୨।୧:  ଭାରତୀୟ ମହିଳା ହକି ଟିମ୍‌ର ପୂର୍ବତନ କ୍ୟାପ୍ଟେନ ସୁନିତା ଲାକ୍ରା ଅନ୍ତର୍ଜାତୀୟ  ହକିରୁ ଅବସର ଘୋଷଣା କରିଛନ୍ତି। ଗତ କିଛି ବର୍ଷ ହେଲା ସେ ଆଣ୍ଠୁ ଜନ୍ତ୍ରଣା ଜନିତ ସମସ୍ୟାରେ ଗ୍ରସିତ ଥିଲେ। ଏଣୁ ସେ ଭଲରେ ଖେଳିପାରୁନଥିଲେ। ଏହି କାରଣରୁ ଆଗାମୀ ଟୋକିଓ ଅଲିମ୍ପିକ୍ ଲାଗି ତାଙ୍କୁ ଟିମ୍‌ରେ ସ୍ଥାନ ମିଳିପାରିନଥିବା ବେଳେ ସେ ଅନ୍ତର୍ଜାତୀୟ ହକିରୁ ସନ୍ୟାସ ଘୋଷଣା କରିଛନ୍ତି।

{"id":205795,"sizeSlug":"large"}

ଗତ ଏସିଆଡରେ ରୌପ୍ୟ  ବିଜେତା ଭାରତୀୟ ଟିମ୍‌ରେ ସୁନିତା ଖେଳିଥିଲେ। ଜାତୀୟ ହକି ଟିମ୍‌ରେ ତାଙ୍କୁ ୨୦୦୮ ମସିହାରେ ସ୍ଥାନ ମିଳିଥିଲା।  ୨୦୧୮ ଏସିଆ ଚାମ୍ପିୟନ୍ସ ଟ୍ରଫି ବେଳେ ସେ ଭାରତୀୟ ମହିଳା ଟିମ୍‌ର କ୍ୟାପ୍ଟେନ ଥିଲେ। ଏହି ଡିଫେଣ୍ଡର ଭାରତ ପକ୍ଷରୁ ୧୩୯ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୪ ମସିହାରେ ଏସିଆଡରେ କାଂସ୍ୟ ବିଜୟୀ ଟିମ୍‌ରେ ବି ସୁନିତା ଥିଲେ। ଗତ ରିଓ ଅଲିମ୍ପିକ୍ ଟିମ୍‌ରେ ବି ସୁନିତା ଖେଳିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.