ଆରମ୍ଭ ହେଲା ସୁନୀଲ ସେଟ୍ଟୀଙ୍କ ପୁଅ ଅହାନଙ୍କ ପ୍ରଥମ ଫିଲ୍ମର ସୁଟିଂ, ଜାଣନ୍ତୁ ଫିଲ୍ମର ନାଁ…

Published By : Prameya-News7 Bureau | August 06, 2019 IST

ମୁମ୍ବାଇ୦୬|୮: ଅନେକ ସମୟରୁ ଖବର ଆସିଥିଲା ଯେ, ତେଲୁଗୁ ଚଳଚ୍ଚିତ୍ର “ଆରଏକ୍ସ ୧୦୦” ର ରିମେକ ବଲିଉଡରେ ହେବାକୁ ଯାଉଛି।ହେଲେ ଏବେ ରିପୋର୍ଟ ଅନୁସାରେ ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହୋଇସାରିଛି। ସୂଚନାଯୋଗ୍ୟ ଯେ, ବଲିଉଡ ସୁପରଷ୍ଟାର ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ ସେଟ୍ଟୀ “ଆରଏକ୍ସ ୧୦୦”ରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମରେ ଅଭିନୟ କରି ସେ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି।

{"id":141571}

ବଲିଉଡରେ ଏହି ଫିଲ୍ମର ନାଁ "ତଡପ" ରଖାଯାଇଛି। ସିନେମାରେ ଅହାନ ସେଟ୍ଟୀଙ୍କ ବିପକ୍ଷରେ "ଷ୍ଟୁଡେଣ୍ଟ ଅଫ ଦ ୟିଅର ୨"ର ଅଭିନେତ୍ରୀ ତାରା ସୁତରିୟା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଅହାନ ସେଟ୍ଟୀ ଏହି ସିନେମା ପାଇଁ ଗୋଟେ ବର୍ଷରୁ ଟ୍ରେନିଂ ନେଉଛନ୍ତି।

{"id":141572}

ଫିଲ୍ମର କିଛି ଭାଗ ମସୁରୀରେ ଶୁଟ୍‌ କରାଯିବ ବୋଲି କୁହାଯାଇଛି। ଆଜି ଫିଲ୍ମର ଆକ୍ସନ, ଡ୍ରାମାର ଶୁଟିଂ ମୁମ୍ବାଇରେ ଆରମ୍ଭ କରାଯାଇଛି। ଚଳିତ ବର୍ଷ ମାର୍ଚ୍ଚ ମାସ ଫିଲ୍ମ ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯାଇଥିଲା। ଚଳଚ୍ଚିତ୍ରରେ ଅହାନ ଜବରଦସ୍ତ ଆକସନ୍‌ କରିବାରେ ନଜର ଆସିବେ। ତେବେ ସୁନୀଲଙ୍କ ପୁଅ ପରଦାରେ କେତେ କମାଲ କରୁଛନ୍ତି ତାହା ଦେଖିବା ପାଇଁ ଦର୍ଶକ ଅପେକ୍ଷା କରିଛନ୍ତି।  

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.