Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଙ୍ଗରାଜ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ବହୁ ସେବାୟତ କୋଭିଡ୍‌ ପଜିଟଭ୍‌ ଚିହ୍ନଟ
  • ||
  • କେକେଆରକୁ ୨୦୫ ରନ୍‌ର ବିଜୟ ଲକ୍ଷ ଦେଲା ଆରସିବି
  • ||
  • କରୋନା ଯୋଗୁଁ ପଶ୍ଚିମବଙ୍ଗରେ ନିଜର ସବୁ ରାଲି ବାତିଲ କଲେ ରାହୁଲ ଗାନ୍ଧୀ: ସୋସିଆଲ ମିଡ଼ିଆରେ ହେଉଛି ପ୍ରଶଂସା
  • ||
  • ଏପ୍ରିଲରେ ଭୟାବହ ରୂପ ନେଇଛି କରୋନା: ୧୮ ଦିନରେ ୨୬ ଲକ୍ଷରୁ ଅଧିକ ମାମଲା
  • ||
  • ଦାରିଙ୍ଗବାଡ଼ି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ : ନାବାଳକ ମୃତ, ୨ ଗୁରୁତର
  • ||
  • JEE ମେନ୍‌ ୨୦୨୧ ସ୍ଥଗିତ, ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନେସନାଲ୍ ଟେଷ୍ଟିଂ ଏଜେନ୍ସିର ନିଷ୍ପତ୍ତି
  • ||
  • କରୋନା ସଂକ୍ରମଣ ଚିନ୍ତା, ଆଗୁଆ ପଦକ୍ଷେପ : ୪ରୁ ୫ ଗୁଣ ବଢିବ ବେଡ୍ ସଂଖ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୪୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମିଳିଲାନି ଅମ୍ଳଜାନ, ଜୀବନ ହାରିଲେ ୬ କରୋନା ଆକ୍ରାନ୍ତ
  • ||
  • ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||

ବଲିଉଡରେ ଡେବ୍ୟୁ କରୁଛନ୍ତି ସୁନୀଲ ସେଟ୍ଟୀଙ୍କ ପୁଅ ଅହାନ: ପୋଷ୍ଟର ସେୟାର କଲେ ଅକ୍ଷୟ କୁମାର

2/03/2021 at 7:07 PM

ମୁମ୍ବାଇ ୦୨/୦୩ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ୯୦ ଦଶକରେ ଅକ୍ଷୟ କୁମାର ଓ ସୁନୀଲ ସେଟ୍ଟୀଙ୍କ ଯୋଡି ଅନେକ ଫିଲ୍ମରେ କାମ କରିଛନ୍ତି। ଦର୍ଶକଙ୍କୁ ଏହି ଯୋଡି ବି ବହୁତ ପସନ୍ଦ ଥିଲା। ଏବେ ସୁନୀଲ ସେଟ୍ଟୀଙ୍କ ପୁଅ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଏଥିପାଇଁ ସବୁଠାରୁ ଅଧିକ ଖୁସି ଅଛନ୍ତି ଅକ୍ଷୟ କୁମାର। ଅକ୍ଷୟ କୁମାର ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମର ପୋଷ୍ଟର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। 

ଅହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ ‘ତଡପ’ର ପୋଷ୍ଟର ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଅହାନ ତୁମ ପାଇଁ ବହୁତ ବଡ ଦିନ। ତୁମ ବାପା ସୁନୀଲ ସେଟ୍ଟୀଙ୍କ ପ୍ରଥମ ଫିଲ୍ମ ବଳବାନର ପୋଷ୍ଟର ମୋତେ ଏବେ ବି ମନେ ଅଛି ଓ ଆଜି ମୁଁ ତୁମର ପ୍ରଥମ ଫିଲ୍ମର ପୋଷ୍ଟର ସେୟାର କରୁଛି। ଫିଲ୍ମର ପୋଷ୍ଟର ସେୟାର କରି ମୁଁ ବହୁତ ଖୁସି ଓ ଗର୍ବ ଅନୁଭବ କରୁଛି। 

‘ତଡପ’ ୨୦୧୮ରେ ରିଲିଜ ହୋଇଥିବା ତେଲୁଗୁ ଫିଲ୍ମ RX 100 ର ରିମେକ୍। RX 100 ବକ୍ସ ଅଫିସରେ ହିଟ ହୋଇଥିଲା। ଫିଲ୍ମକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ତଡପରେ ଅହାନଙ୍କ ସହ ତାରା ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ପାଇଁ ଅହାନ ବହୁତ ପରିଶ୍ରମ କରିଛନ୍ତି। ଫିଲ୍ମ ଆକ୍ସନ ଓ ରୋମାନ୍ସ ସହ ଭରପୁର। ଏହା ଏକ ଲଭ ଷ୍ଟୋରୀ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମିଳନ ଲୁଥରିୟା। ଫିଲ୍ମ ସେପ୍ଟେମ୍ବର ୨୪ ତାରିଖରେ ସିନେମାହଲରେ ରିଲିଜ ହେବ।

ସୁନୀଲ ସେଟ୍ଟୀ ଓ ଅକ୍ଷୟ କୁମାର ଅନେକ ଫିଲ୍ମରେ ଏକାସଙ୍ଗେ କାମ କରିଛନ୍ତି। ଉଭୟ ଯୋଡିକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଉଭୟ ଫିଲ୍ମରେ ଯେତିକି ନିକଟତର ଅସଲ ଜୀବନରେ ମଧ୍ୟ ତାଙ୍କ ବନ୍ଧୁତ୍ୱ ସେତିକି ଗଭୀର।

   Related Posts