ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନିଲ୍ ସେଟ୍ଟୀ : ‘ଇନ୍ ଭିଜିବଲ ଓମ୍ୟାନ୍’ରେ ନଜର ଆସିବେ..

Published By : Prameya-News7 Bureau | October 02, 2021 IST

ମୁମ୍ବାଇ ୦୨/୧୦: ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ସୁନୀଲ ସେଟ୍ଟୀ। ଫିଲ୍ମ ପରେ ଏବେ ଡିଜିଟାଲ ଦୁନିଆରେ ପାଦ ରଖିଛନ୍ତି ନବେ ଦଶକର ଏହି ଆକ୍ସନ୍‌ ହିରୋ। ୱେବ୍ ସିରିଜ୍‌ ‘ଇନ୍‌ ଭିଜିବଲ ଓମ୍ୟାନ୍‌’ ଜରିଆରେ ନିଜ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ସୁନୀଲ। ୟୁଡଲୀ ଫିଲ୍ମ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ତାମିଲ ନିର୍ଦ୍ଦେଶକ ରାଜେଶ ଏମ୍‌.ସେଲ୍ଵା ନିର୍ଦ୍ଦେଶନା ଦେଉଛନ୍ତି। ନିକଟରେ ଏକ ଫଟୋ ସେୟାର କରି ସୁନୀଲ ଏନେଇ ସୂଚନା ଦେଇଛନ୍ତି।

ସୁନୀଲ ସେଟ୍ଟୀ କହିଛନ୍ତି, ଏବେ ୱେବ୍ ସିରିଜ୍‌ରେ କିଛି ଏମିତି ଷ୍ଟୋରୀ ରହିବା ଦରକାର ଯାହାକୁ ଦର୍ଶକ ପୂର୍ବରୁ କେବେ ଦେଖି ନଥିବେ। କିନ୍ତୁ ‘ଇନ୍‌ ଭିଜିବଲ ଓମ୍ୟାନ୍‌’ ଷ୍ଟୋରୀ ମତେ ଖୁବ୍‌ ଭଲ ଲାଗିଛି। ଏଭଳି ୱେବ୍ ସିରିଜ୍‌ରେ କାମ କରୁଥିବାରୁ ମୁଁ ଖୁବ୍‌ ଖୁସି ବୋଲି କହିଛନ୍ତି ସୁନୀଲ ସେଟ୍ଟୀ।

ସୁନୀଲଙ୍କ ପ୍ରଥମ ୱେବ୍ ସିରିଜ୍‌ର ସୁଟିଂ ଆରମ୍ଭ ହୋଇସାରିଲାଣି। ଏହି ସିରିଜ୍‌ରେ ଈଶା ଗୁପ୍ତା ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ସୂଚନା ଅନୁଯାୟୀ ୯୦ ଦଶକରେ ସୁନୀଲ ସେଟ୍ଟୀ ଧଡକନ୍‌, ହେରା ଫେରି, ଫିର୍ ହେରା ଫେରି ,ତଡ଼ପ, ମୋହରା, , ଦରବାର ଭଳି ଦମ୍‌ଦାର ଫିଲ୍ମରେ କାମ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.