Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ସୁନୀଲ ଜାଖଡ଼ ହୋଇପାରନ୍ତି ପରବର୍ତ୍ତୀ ପଞ୍ଜାବ ମୁଖ୍ୟମନ୍ତ୍ରୀ, କହିଲେ- ବଡ଼ ନିଷ୍ପତ୍ତି ନେଇଛନ୍ତି ରାହୁଲ

18/09/2021 at 4:13 PM

ଚଣ୍ଡୀଗଡ଼ ୧୮/୦୯: ପଞ୍ଜାବ କଂଗ୍ରେସରେ କନ୍ଦଳ ଏବେ ଉଗ୍ରରୂପ ଧାରଣ କରିଛି । କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦ ଏବଂ କଂଗ୍ରେସରୁ ଇସ୍ତଫା ଦେବା ନେଇ ଆକଳନ କରାଯାଉଥିବା ବେଳେ ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଶନିବାର ସନ୍ଧ୍ୟା ୫ରେ ହେବାକୁ ଥିବା ବିଧାୟକ ଦଳ ବୈଠକରେ ବଡ଼ ନିଷ୍ପତ୍ତି ହୋଇପାରେ । ପଞ୍ଜାବରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପଞ୍ଜାବ ସରକାରରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ଜଣାପଡ଼ିଛି।

କ୍ୟାପ୍ଟେନ ସିଂହଙ୍କୁ ହଟାଇ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ଜାଖଡ଼ଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ କଂଗ୍ରେସ ଯୋଜନା କରୁଥିବା କୁହାଯାଉଛି। ବିଧାୟକ ଦଳ ବୈଠକ ପୂର୍ବରୁ କ୍ୟାପ୍ଟେନ ସିଂହ ଇସ୍ତଫା ଦେଇପାରନ୍ତି ବୋଲି ସୂଚନା ମିଳିଛି। ବିଧାୟକ ଦଳ ବୈଠକ ପୂର୍ବରୁ ସୁନୀଲ ଜାଖଡ଼ ମଧ୍ୟ ବଡ଼ ବୟାନ ଦେଇଛନ୍ତି। ତାଙ୍କ ଅନୁସାରେ, ପଞ୍ଜାବ କଂଗ୍ରେସରେ କନ୍ଦଳ ସମାଧାନ କରିବାକୁ ରାହୁଲ ଗାନ୍ଧି ଏମିତି ନିଷ୍ପତ୍ତି ନେଇଛନ୍ତି ଯାହା କେବଳ ରାଜ୍ୟ ସଂଗଠନକୁ ସୁଦୃଢ଼ କରିବ ତାହା ନୁହେଁ ବରଂ ଅକାଳି ଦଳକୁ ଜୋରଦାର ଝଟ୍‌କା ଲାଗିବ। 

ସେ ଟ୍ବିଟ୍‌ କରିଛନ୍ତି, ‘ବାହାଃ ରାହୁଲ ଗାନ୍ଧି, ଆପଣ  ବିଗିଡ଼ିଥିବା ପରିସ୍ଥିତିର ସମାଧାନର ରାସ୍ତା ଖୋଜି ବାହାର କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ଏହି ଐତିହାସିକ ନିଷ୍ପତ୍ତି କେବଳ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ରମୁଗ୍ଧ କରିବ ତାହା ନୁହେଁ ଅକାଳି ଦଳର ଭିତ୍ତିଭୂମି ଦୋହଲାଇଦେବ।’ ମିଳିଥିବା ସୂଚନା ଅନୁସାରେ, ଏଆଇସିସି ନିର୍ଦେଶ କ୍ରମେ ପଞ୍ଜାବରେ ବିଧାୟକ ଦଳ ବୈଠକ ଆୟୋଜିତ ହେବାକୁ ଯାଉଛି। କଂଗ୍ରେସର ସାଧାରଣ ସମ୍ପାଦକ ଏବଂ ପ୍ରଭାରୀ ହରୀଶ ରାଓ୍ବତ ଶୁକ୍ରବାର ରାତିରେ ଏନେଇ ଘୋଷଣା କରିଥିଲେ।  

   Related Posts