Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ : କୋଭିଡ୍ ସହ ଲଢି ହାରିଗଲେ ସୁନିଲ ଜୈନ, ପ୍ରଧାନମନ୍ତ୍ରୀ ଜଣାଇଲେ ଶୋକ

16/05/2021 at 11:13 AM

ନୂଆଦିଲ୍ଲୀ, ୧୬।୦୫:  ବରିଷ୍ଠ ସାମ୍ବାଦିକ ତଥା ଫାଇନାନସିଆଲ ଏକ୍ସପ୍ରେସର ପରିଚାଳନା ସମ୍ପାଦକ ସୁନିଲ ଜୈନ ଶନିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କରୋନା ଭାଇରସରେ ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ । ମୃତ୍ୟୁ ନେଇ ସୁନିଲଙ୍କ ଭଉଣୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।

କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସୁନିଲଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଭଉଣୀ ସନ୍ଧ୍ୟା ଟ୍ୱିଟ୍ କରି କହିଛନ୍ତି ଯେ, କରୋନା ପଜିଟିଭ୍ ହୋଇ ସେ ଓ ପରିବାର ଲୋକେ ସୁନିଲ ଜୈନଙ୍କୁ ସବୁଦିନ ପାଇଁ ହରାଇଛନ୍ତି । ଏମ୍ସର ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ ତାଙ୍କୁ ବଞ୍ଚାଇବା ପାଇଁ ଅନେକ ପ୍ରଚେଷ୍ଟା କରିଥିଲେ । କିନ୍ତୁ କରୋନା ରାକ୍ଷସ ଅଧିକ ଶକ୍ତିଶାଳୀ ଭାବେ ଉଭା ହୋଇଥିଲା । ଭଗବାନ ତାଙ୍କ ଆତ୍ମାକୁ ସଦଗତି ଦିଅନ୍ତୁ । ଏହାସହ ଏହି କଠିନ ସମୟରେ ତାଙ୍କ ପରିବାର ସହ ରହିଥିବା ସମସ୍ତଙ୍କ ପ୍ରତି ସେ ଆଭାର ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ସାମ୍ବାଦିକଙ୍କ ନିଧନରେ ଶୋକ ପ୍ରକାଶ କରି ଟ୍ୱିଟ୍ କରିଛନ୍ତି । ସେ କହିଛନ୍ତି ଯେ, ସୁନିଲ ଜୈନ ବହୁତ ଶୀଘ୍ର ଆମକୁ ଛାଡି ଚାଲିଗଲେ ।  ସୁନିଲଙ୍କ ଆଲେଖ୍ୟ ଚମତ୍କାର ଓ ସ୍ପଷ୍ଟ ।ଯାହାକୁ ପ୍ରଧାନମନ୍ତ୍ରୀ ମନେ ପକାଇବେ ବୋଲି କହିଛନ୍ତି । ଏହାସହ ସୁନିଲଙ୍କ ଦେହାନ୍ତ ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

   Related Posts