ଜମି ନେଇ ବ୍ୟବହାର କରୁନାହାଁନ୍ତି ଗାଭାସ୍କର, ଅସନ୍ତୋଷ ବ୍ୟକ୍ତ କଲେ ମହାରାଷ୍ଟ୍ର ମନ୍ତ୍ରୀ

Published By : Prameya-News7 Bureau | September 16, 2021 IST

ମୁମ୍ବାଇ, ୧୬।୦୯ :   ସୁନିଲ ଗାଭାସ୍କରଙ୍କ ଉପରେ ଖପ୍ପା ମହାରାଷ୍ଟ୍ର ମନ୍ତ୍ରୀ । କ୍ରିକେଟ ଏକାଡେମୀ କରିବାକୁ ସରକାରୀ ଜମି ନେଇଥିବା ସୁନିଲ ଜମିର ବ୍ୟବହାର କରନ୍ତୁ ବୋଲି ନଗର ବିକାଶ ମନ୍ତ୍ରୀ କହିଛନ୍ତି ।

ନଗର ବିକାଶ ମନ୍ତ୍ରୀ ଜିତେନ୍ଦ୍ର ଆହଦ କହିଛନ୍ତି ଯେ, ସୁନିଲଙ୍କୁ ୨୦୦୦ ବର୍ଗ ମିଟରର ଜମି ଆବଣ୍ଟନ କରାଯାଇଥିଲା । ସେ କ୍ରିକେଟ ଏକାଡେମୀ କରିବେ ବୋଲି କରି କହିଥିଲେ । କିନ୍ତୁ କୌଣସି କାମ ଏଯାଏଁ ଆରମ୍ଭ ହୋଇନି । ସେ ଲିଜକୁ ବାତିଲ କରିବାକୁ ଯୋଜନା କରିଥିଲେ । କିନ୍ତୁ କ୍ରିକେଟ ପ୍ରତି ଥିବା ଗାଭାସ୍କରଙ୍କ ଅବଦାନକୁ ନଜରରେ ରଖି ସେ ଲିଜ୍ ବାତିଲ କରିନଥିଲେ ।

ନଗର ବିକାଶ ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ସେ ଜମିକୁ ଫେରସ୍ତ ଆଣି କୌଣସି ମହତ କାର୍ଯ୍ୟରେ ବ୍ୟବହାର କରିବାକୁ ଚାହୁଁଥିଲେ । କିନ୍ତୁ ଏପରି ନିଷ୍ପତ୍ତି ନେଇନଥିଲେ । ଜମିର ସଦ୍ ବ୍ୟବହାର ଗାଭାସ୍କର କରିବା ଦରକାର । ଏପରିକି ଗଭାସ୍କର ଦିନେ ଫିଲିପ୍ସ ଡିଫ୍ରେଟସଙ୍କ ବଲରେ କ୍ଲିନ୍ ବୋଲ୍ଡ ହୋଇଥିଲେ । କାନ୍ଦି କାନ୍ଦି ପଡିଆ ଛାଡିଥିଲେ । ଏହାକୁ ସେ ଭୁଲି ପାରିବେ ନାହିଁ ବୋଲି ଜିତେନ୍ଦ୍ର କହିଥିଲେ ।

ଗାଭାସ୍କର ଭାରତୀୟ ଦଳର ଜଣେ ମହାନ ଖେଳାଳି ଥିଲେ । ସେ ଟେଷ୍ଟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ୍ କରିଛନ୍ତି । ୧୨୫ ଟେଷ୍ଟ ଓ ୧୦୮ ଦିନିକିଆ ଖେଳି ସେ ମୋଟ୍ ୧୩୦୦୦ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୩୫ଟି ଶତକ ଓ ୭୨ ଅର୍ଦ୍ଧଶତକ ରହିଛି । କ୍ରିକେଟରୁ ଅବସର ନେବା ପରେ ସେ ଏବେ ଭାଷ୍ୟକାର ଭାବେ କାର୍ଯ୍ୟ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.