Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ବିଶ୍ବ କ୍ରିକେଟରେ ମାଇଲଖୁଣ୍ଟ ଛିଡା କରିଛନ୍ତି ସୁନୀଲ ଗାଭାସ୍କର, ୩୪ ବର୍ଷ ପୂର୍ବେ କରିଥିଲେ ଏହି ଐତିହାସିକ ରେକର୍ଡ

7/03/2021 at 6:05 PM

ନୂଆଦିଲ୍ଲୀ ୦୭/୦୩ : ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କୁ ବିଶ୍ବର ମହାନ କ୍ରିକେଟରଙ୍କ ମଧ୍ୟରେ ଗଣାଯାଏ । ସୁନିଲ ଗାଭାସ୍କର ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଅଧିକ ରନ୍‌ କରିଥିବା ସଚିନ୍‌ ତେନ୍ଦୁଲକରଙ୍କ ରୋଲ ମଡେଲ୍ । ଭାରତ ପାଇଁ ଦୀର୍ଘ ୧୬ ବର୍ଷ ଧରି କ୍ରିକେଟ ଖେଳିଥିବା ଗାଭାସ୍କର ନିଜ କ୍ରିକେଟ କ୍ୟାରିୟରରେ ମାଇଲଖୁଣ୍ଟ ଛିଡା କରିଛନ୍ତି । କିନ୍ତୁ ୩୪ ବର୍ଷ ପୂର୍ବେ ଆଜିର ଦିନରେ ଗାଭାସ୍କର ଏମିତି ଏକ ରେକର୍ଡ କରିଥିଲେ ଯାହାକି ତାଙ୍କୁ ଇତିହାସରେ ସ୍ଥାନ ଦେଇଛି ।

୧୯୮୭ ମସିହା ମାର୍ଚ୍ଚ ୭ ତାରିଖରେ ସୁନିଲ ଗାଭାସ୍କର ଟେଷ୍ଟ କ୍ରିକେଟରେ ୧୦ ହଜାର ରନ ପୂରଣ କରିଥିଲେ । ଏହି ରେକର୍ଡ କରିବାରେ ସେ ଥିଲେ ବିଶ୍ବର ପ୍ରଥମ କ୍ରିକେଟର । ଅହମ୍ମଦାବାଦରେ ପାକିସ୍ତାନ ବିପକ୍ଷରେ ସେ ଏହି ରେକର୍ଡ ହାସଲ କରିଥିଲେ । ଗାଭାସ୍କରଙ୍କ ପରେ ବିଶ୍ବର ଅନେକ କ୍ରିକେଟର ଟେଷ୍ଟ କ୍ରିକେଟରେ ୧୦ ହଜାର ରନର ମାଇଲଖୁଣ୍ଟ ଛିଡା କରିଛନ୍ତି ସତ କିନ୍ତୁ ଏହି ରେକର୍ଡ କଥା ଯେବେ ଉଠେ ପ୍ରଥମେ ସୁନିଲ ଗାଭାସ୍କରଙ୍କ ନାଁ ଆସେ ।

ସୁନିଲ ଗାଭାସ୍କର ୧୯୭୧ ମସିହାରେ ଇଣ୍ଟରନେସନାଲ ଡେବ୍ୟୁ କରିଥିଲେ । ସେ ଟେଷ୍ଟ କ୍ରିକେଟରେ ୧୨୫ ମ୍ୟାଚ୍ ଖେଳି ୫୧.୧୨ ହାରରେ ୧୦,୧୨୨ ରନ କରିଛନ୍ତି । ଏଥିରେ ୪ଟି ଦ୍ବିଶତକ, ୩୪ ଶତକ ଏବଂ ୪୫ଟି ଅର୍ଦ୍ଧଶତକ ସାମିଲ ଅଛି । ସେହିଭଳି ଗାଭାସ୍କର ମୋଟ ୧୦୮ଟି ଦିନିକିଆରୁ ୩୫.୧୪ ହାରରେ ୩୦୯୨ ରନ କରିଛନ୍ତି । ସୁନିଲ ଗାଭାସ୍କର ୧୯୮୭ ମସିହାରେ କ୍ରିକେଟକୁ ଅଲବିଦା କହିଥିଲେ ।  

   Related Posts