ସୁନୀଲ ଗାଭାସ୍କରଙ୍କ ବଡ ବୟାନ: ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଠାରୁ ଅଧିକ ଲୋକପ୍ରିୟ 'ଧୋନୀ'

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ ୨୦/୦୯ : ଭାରତର ପୂର୍ବତନ ଓ ବରିଷ୍ଠ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ମହେନ୍ଦ୍ର ସିଂହ ଧୋନୀଙ୍କ ଖୁବ ପ୍ରଶଂସା କରିଛନ୍ତି । ଦୁଇଥର ବିଶ୍ୱକପ ବିଜେତା ଅଧିନାୟକ ମହେନ୍ଦ୍ର ସିଂହଙ୍କ ଲୋକପ୍ରିୟତା ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ଠାରୁ ଢେର ଅଧିକ । ସୁନୀଲ ଗାଭାସ୍କର ୧୩ତମ ଆଇପିଏଲ ଲିଗ୍ ମ୍ୟାଚ୍ କମେଣ୍ଟ୍ରି ପାଇଁ ଦୁବାଇରେ ଅଛନ୍ତି । ଗତ ଅଗଷ୍ଟ ୧୫ ତାରିଖରେ ଧୋନୀ ଏକ ଦିବସୀୟ ଓ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବାକୁ ଘୋଷଣା କରିଥିଲେ ।

{"id":332123,"sizeSlug":"large"}

ଧୋନୀ ଗତବର୍ଷ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କରିଥିଲେ । ୨୦୧୯ ବିଶ୍ୱକପରେ ନ୍ୟୁଜିଲାଣ୍ଡ ବିରୋଧରେ ସେମି ଫାଇନାଲ୍ ମ୍ୟାଚ୍ ପରେ ପ୍ରଥମଥର ଆଇପିଏଲ ଖେଳିବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଆଇପିଏଲ ଉଦଘାଟନୀ ମ୍ୟାଚ ପୂର୍ବରୁ ସୁନୀଲ ଗାଭାସ୍କାର କହିଥିଲେ ଯେ, ଧୋନୀ ରାଞ୍ଚିରୁ ଆସିଛନ୍ତି ଯେଉଁଠାରେ କ୍ରିକେଟ୍ ସଂସ୍କୃତି ନାହିଁ । କ୍ରିକେଟରେ ସେ ରାଞ୍ଚିର ନାଁ ରଖିଛନ୍ତି । ସେଥିପାଇଁ ସାରା ଦେଶ ତାଙ୍କୁ ସମ୍ମାନ କରେ ଓ ଭଲପାଏ । ତେନ୍ଦୁଲକରଙ୍କ ପ୍ରଶଂସକ ମୁମ୍ବାଇ ଓ କୋଲକାତାରେ ଥିବାବେଳେ କୋହଲିଙ୍କ ପ୍ରଶଂସକ ଦିଲ୍ଲୀ ଓ ବେଙ୍ଗାଲୁରୁରେ ସବୁଠାରୁ ଅଧିକ ଅଛନ୍ତି । କିନ୍ତୁ ଧୋନୀଙ୍କ ପ୍ରଶଂସକ ସାରା ଦେଶରେ ଅଛନ୍ତି ବୋଲି କହିଛନ୍ତି ସୁନୀଲ ଗାବାସ୍କର ।

{"id":332124,"sizeSlug":"large"}

ଧୋନୀ ଦୁନିଆର ଏକ ମାତ୍ର ଅଧିନାୟକ ଯିଏ ଆଇସିସିର ସବୁ ଟ୍ରଫି ନିଜ ନାଁରେ କରିଛନ୍ତି । ସେ ଏକ ଦିବସୀୟ ବିଶ୍ୱକପ, ଟି-୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଥିବା ଏକମାତ୍ର ଅଧିନାୟକ । ଅଧିନାୟକ ଭାବେ ସେ ୩୩୨ ମ୍ୟାଚ୍ ଖେଳିଛନ୍ତି । ଏହା ଏକ ବିଶ୍ୱ ରେକର୍ଡ । ସେ ୧୧ ହଜାର ୨୦୭ ରନ କରିଥିଲେ । ଏଥିରେ ୧୧ ଶତକ ଓ ୭୧ ଅର୍ଧଶତକ ସାମିଲ ଥିଲା । ସେ ଭାରତ ପାଇଁ ୨୦୦ ଏକଦିବସୀୟ, ୬୦ ଟେଷ୍ଟ୍ ମ୍ୟାଚ୍ ଓ ୭୨ ଟି-୨୦ ମ୍ୟାଚର ଅଧିନାୟକତ୍ୱ କରିଛନ୍ତି । ଏହାଛଡା ମହେନ୍ଦ୍ର ସିଂହ ଧୋନୀ ନିଜ କ୍ୟାରିଅରରେ ୮ଥର ଆଇସିସି ଏକ ଦିବସୀୟ ମ୍ୟାଚରେ ଟିମ୍ ଅଫ୍ ଦି ଇଅରରେ ସାମିଲ ହୋଇଛନ୍ତି । ଏହା ବିଶ୍ୱ ରେକର୍ଡ । ଧୋନୀ ୨୦୦୮ ମସିହାରୁ ୨୦୧୪ ଯାଏଁ ଲଗାତାର ଆଇସିସି ଏକ ଦିବସୀୟ ଟିମରେ ଖେଳିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.