Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଧାଓ୍ୱନଙ୍କ ସହ ଟି୨୦ ସିରିଜରେ କିଏ କରିବେ ଓପନିଂ ? ଏହି ବ୍ୟାଟସମ୍ୟାନଙ୍କ ନାଁ ନେଲେ ଗାଭାସ୍କର, କହିଲେ…

3/12/2020 at 1:10 PM

ସିଡନୀ,୦୩/୧୨:    ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି । ଏବେ ଟି୨୦ ସିରିଜ୍ ଖେଳିବେ ଉଭୟ ଦଳ । ମ୍ୟାଚରେ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଦିନିକିଆ ସିରିଜର ଗୋଟିଏ ବି ମ୍ୟାଚରେ ଭାରତ ଭଲ ଆରମ୍ଭ କରିନଥିଲା । ଶିଖର ଧାଓ୍ୱନ ଭଲ ଫର୍ମରେ ଥିଲେ ମଧ୍ୟ ତାଙ୍କର ସାଥି ଓପନର କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏହାମଧ୍ୟରେ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଶିଖର ଧାଓ୍ୱନ କେଏଲ ରାହୁଲଙ୍କ ସହ ଓପନିଂ କରିବା ଆବଶ୍ୟକ । ରାହୁଲ ଆଇପିଏଲରେ ୬୭୦ ରନ୍ କରିଥିଲେ । ତାଙ୍କୁ ଅରେଞ୍ଜ୍ କ୍ୟାପ୍ ମିଳିଛି । ଧାଓ୍ୱନ ମଧ୍ୟ ଦିଲ୍ଲୀ ପାଇଁ ୬୧୮ ରନ୍ କରିଛନ୍ତି । ଉଭୟ ଭଲ ଫର୍ମରେ ରହିଛନ୍ତି । ସେମାନେ ୧୪ରୁ ୧୫ ଓଭର ଯାଏଁ ରହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟାର ଭଲ ସ୍କୋର କରିପାରିବେ ।

ସୂଚନାଯୋଗ୍ୟ, ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଓପନିଂ କରିଥିବା ମୟଙ୍କ ଅଗ୍ରଓ୍ୱାଲ ୨୨ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୨୮ ରନ୍ କରିପାରିଥିଲେ । ତୃତୀୟ ଦିନିକିଆରେ ଶୁଭମନ ଗିଲଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ସେ ୩୩ ରନ୍ କରିଥିଲେ । ଧାଓ୍ୱନ  ପ୍ରଥମ ଦିନିକିଆରେ ୭୪ ରନ୍ କରିଥିଲେ ।

କେଏଲ ରାହୁଲ ଟି୨୦ରେ ଓପନିଂ କରି ଏବେସୁଦ୍ଧା ୧୦ ଟି ଅର୍ଦ୍ଧଶତକ ଲଗାଇଛନ୍ତି । ଶିଖର ଧାଓ୍ୱନଙ୍କ ବ୍ୟାଟରୁ ମଧ୍ୟ ଟି୨୦ରେ ୧୦ଟି ଅର୍ଦ୍ଧଶତକ ଲାଗିଛି । ଏପରିକି ମୟଙ୍କ ଅଗ୍ରଓ୍ୱାଲ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ।

   Related Posts