Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

‘ରୋହିତ କାହିଁକି ବାଦ୍ ପଡିଲେ ? ଏହି ଉତ୍ତର ଭାରତୀୟ କ୍ରିକେଟ ପ୍ରଶଂସକଙ୍କୁ ଦିଅ, ଏହା ଜାଣିବା ସେମାନଙ୍କର ଅଧିକାର’

27/10/2020 at 4:24 PM

ଦୁବାଇ, ୨୭|୧୦ : ଭାରତୀୟ ଦଳର ଉପ ଅଧିନାୟକ ତଥା ହିଟ୍ ମ୍ୟାନ୍ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡିଛନ୍ତି । ଏହି ଖବରକୁ ରୋହିତଙ୍କ ପ୍ରଶଂସକ ଓ ପୂର୍ବତନ କ୍ରିକେଟର ସହଜରେ ଗ୍ରହଣ କରିପାରି ନାହାଁନ୍ତି । ଏପରିକି ବିସିସିଆଇର ଚୟନ ଉପରେ ପ୍ରଶ୍ନ ଉଠିଛି । ଏବେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ମଧ୍ୟ ଏନେଇ ବିସିସିଆଇକୁ ପ୍ରଶ୍ନ କରିଛନ୍ତି ।

ଗାଭାସ୍କର କହିଛନ୍ତି ଯେ, ରୋହିତଙ୍କର କଣ ହୋଇଛି ସେନେଇ ବିସିସିଆଇ ଅଧିକ ତଥ୍ୟ ରଖିବା ଉଚିତ । କାରଣ ଟିମ୍ ଚୟନର କିଛି ସମୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରୋହିତ ନେଟରେ ଅଭ୍ୟାସ କରୁଥିବା ଫଟୋ ସେୟାର କରାଯାଇଥିଲା ।

ଗାଭାସ୍କର କେକେଆର ଓ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚ୍ ବେଳେ ଷ୍ଟାର୍ ସ୍ପୋର୍ଟସକୁ କହିଥିଲେ ଯେ, ଟେଷ୍ଟ୍ ମ୍ୟାଚ୍ ଦେଢମାସ ପରେ ହେବ । ରୋହିତଙ୍କର କଣ ସମସ୍ୟା ଅଛି ତାହା ସମସ୍ତେ ବୁଝିବା ଦରକାର । ଯଦି ଯେ ମୁମ୍ବାଇ ପାଇଁ ଅଭ୍ୟାସ କରୁଛନ୍ତି ତେବେ ରୋହିତଙ୍କ ଆଘାତ କେତେ ଗମ୍ଭୀର ତାହା ସେ ଜାଣନ୍ତି ନାହିଁ । ହିଟମ୍ୟାନଙ୍କ ସମସ୍ୟା ବାବଦରେ ଅଧିକ ତଥ୍ୟ ରହିଲେ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ରହିବେ ନାହିଁ । ପ୍ରଶଂସକମାନେ ମଧ୍ୟ ଏହା ଜାଣିହା ପାଇଁ ହକଦାର୍ ଅଟନ୍ତି ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ଗସ୍ତରେ ଭାରତ ଟି୨୦, ଟେଷ୍ଟ୍ ଓ ଦିନିକିଆ ସିରିଜ ଖେଳିବ । ନଭେମ୍ବର ୨୭ରୁ ଏହି ସିରିଜ ଆରମ୍ଭ ହେବ । କିଙ୍ଗସ୍ ଏକାଦଶ ପଞ୍ଜାବର ବ୍ୟାଟସମ୍ୟାନ୍ ମଧ୍ୟ ଆହତଜନିତ କାରଣରୁ ଗତ ୨ଟି ମ୍ୟାଚ୍ ଖେଳି ନାହାଁନ୍ତି । କିନ୍ତୁ ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ସାମିଲ କରାଯାଇଛି ।

   Related Posts