‘କପିଲଙ୍କ ସହ ମୋର ଝଗଡା ନଥିଲା, କିଛି ବୋର୍ଡ କର୍ମକର୍ତ୍ତା ପୁରାଉଥିଲେ କେଁ, ପ୍ରଚାର କରୁଥିଲେ ମିଛ ଖବର’ : ଗାଭାସ୍କର

Published By : Prameya-News7 Bureau | June 25, 2020 IST

ନୂଆଦିଲ୍ଲୀ, ୨୫|୦୬:  ଭାରତୀୟ କ୍ରିକେଟ ଦଳ ୧୯୮୩ ମସିହା ଜୁନ ୨୫ ତାରିଖରେ ପ୍ରଥମ ଥର ବିଶ୍ୱକପ ବିଜୟୀ ହୋଇଥିଲା । ଏହି ମୁକାବିଲାରେ ଭାରତ ୨ଥରର ବିଶ୍ୱ ଚାମ୍ପିଅନ ଓ୍ୱେଷ୍ଟଇଣ୍ଡିଜକୁ ୪୩ ରନରେ ପରାସ୍ତ କରିଥିଲା । ଏହି ଗସ୍ତରେ ପ୍ରତ୍ୟେକ ଟିମ୍ ୬୦ ଓଭର ଖେଳ ଖେଳିଥିଲେ । ଭାରତ ପ୍ରଥମେ ବ୍ୟାଟିଂ କରି ମାତ୍ର ୫୪.୪ ଓଭରରେ ୧୮୩ ରନ୍ କରିପାରିଥିଲା । ଜବାବରେ ଇଣ୍ଡିଜ୍ ୫୨ ଓଭରରେ ମାତ୍ର ୧୪୦ ରନ ହିଁ କରିପାରିଥିଲା ।

ଏହି ବିଶ୍ୱବିଜୟୀ ଦଳରେ ମହିନ୍ଦର ଅମରନାଥ, ମଦନ ଲାଲ୍, ସନ୍ଦିପ ପାଟିଲ, ଦିଲିପ ଭେଙ୍କସରକାର, ସୟଦ କିରମାନୀ, ରବି ଶାସ୍ତ୍ରୀ, ରୋଜର ବିନ୍ନୀଙ୍କ ଭଳି ଖେଳାଳି ଥିଲେ । ଏହି ବିଜୟର ହିରୋ ଥିଲେ ଦଳର ଅଧିନାୟକ କପିଲ ଦେବ । ଲିଟିଲ ମାଷ୍ଟର୍ ସୁନୀଲ ଗାଭାସ୍କର ମଧ୍ୟ ଦଳର ସବୁଠାରୁ ପ୍ରତିଭାବାନ ଖେଳାଳି ଥିଲେ । ଅନେକ ସମୟରେ କପିଲ ଦେବ ଓ ଗାଭାସ୍କରଙ୍କ ମଧ୍ୟରେ ବିବାଦ ଥିବା କୁହାଯାଏ । ଏହା ଉପରେ ମତ ରଖିଛନ୍ତି ନିଜେ ଗାଭାସ୍କର ।

{"id":291425,"width":686,"height":458,"sizeSlug":"large"}

ସେ କହିଛନ୍ତି ଯେ, କପିଲ୍ ଜଣେ ମ୍ୟାଚ ବିଜେତା ଓ ମହାନ ଖେଳାଳି । ସେ ଉଭୟ ବ୍ୟାଟିଂ ଓ ବୋଲିଂରେ ମ୍ୟାଚ୍ ଜିତାଇପାରିବେ । ସେ କପିଲଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଓ୍ୱିଲସ୍ ଟ୍ରଫିରେ ଖେଳିଥିଲେ । କପିଲ୍ ଭଲ ଆଉଟସ୍ୱିଂ ବୋଲିଂ କରିପାରନ୍ତି । ତାଙ୍କ ବୋଲିଂକୁ ଅନେକ ବ୍ୟାଟସମ୍ୟାନ୍ ଭଲଭାବେ ସାମ୍ନା କରିପାରନ୍ତି ନାହିଁ ।

ଗାଭାସ୍କର ଆହୁରି କହିଛନ୍ତି ଯେ, ବୋର୍ଡର କିଛି ଅଧିକାରୀ, ସେହି ସମୟରେ ରିଟାୟାର ହୋଇଥିବା କିଛି ଖେଳାଳି ମିଡିଆକୁ ସେମାନଙ୍କ ମଧ୍ୟରେ ବିବାଦ ଥିବା କହିଥିଲେ । ଏପରିକି ବିବାଦ ସୃଷ୍ଟି କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । କିନ୍ତୁ ସେ ଓ କପିଲ୍ ଖେଳକୁ ଭଲ ପାଉଥିଲେ । ଏହାର କିଛି ପ୍ରଭାବ ସେମାନଙ୍କ ଖେଳ ଉପରେ ପଡିନଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.