Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଫ୍ରାଞ୍ଜାଇଜି ଟାଇଟଲ୍ ଜିତିବା ଅନ୍ତର୍ଜାତୀୟ ସ୍ତରରେ ସଫଳତା ପାଇବାର ଗ୍ୟାରେଣ୍ଟି ନାହିଁ: ଗାଭାସ୍କର

10/11/2021 at 7:11 PM

ନୂଆଦିଲ୍ଲୀ ୧୦।୧୧:  ରୋହିତ ଶର୍ମାଙ୍କୁ ଭାରତୀୟ ଟି-୨୦ ଦଳର ଅଧିନାୟକ କରାଯାଇଛି। ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କରଙ୍କ ମତରେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଭାରତୀୟ ଟି-୨୦ ଦଳର ନୂତନ ଅଧିନାୟକ ରୋହିତ ଶର୍ମା ଦଳକୁ ଆଗେଇ ନେବାକୁ ସଂପୂର୍ଣ୍ଣ ପ୍ରସ୍ତୁତ। ଏଥିସହ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅଧିନାୟକଙ୍କ ପାଇଁ ରହିଥିବା ଚ୍ୟାଲେଞ୍ଜ ବିଷୟରେ ରୋହିତଙ୍କୁ ସତର୍କ କରାଇ ଦେଇଛନ୍ତି। ନଭେମ୍ବର ୧୭ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ରୋହିତଙ୍କୁ ଅଧିନାୟକ କରାଯାଇଛି। ବିରାଟ କୋହଲିଙ୍କୁ ଏହି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି।

ଟି-୨୦ରେ ରୋହିତ ଅଧିନାୟକ ହେବା ଭାରତୀୟ କ୍ରିକେଟ୍‌ରେ ନୂତନ ଯୁଗର ଆରମ୍ଭ ହେଉଛି ବୋଲି ଗାଭାସ୍କର କହିଛନ୍ତି। ରୋହିତ ଦଳକୁ ଆଗକୁ ନେଇ ଯିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି ଗାଭାସ୍କର କହିଛନ୍ତି।  ଗାଭାସ୍କରଙ୍କ ମତରେ ରୋହିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି। ହେଲେ ଅନ୍ତର୍ଜାତୀୟ ଦଳର ନେତୃତ୍ଵ ନେବା ଅଲଗା କଥା। ତେଣୁ ଆଇପିଏଲର ସଫଳତା ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦୋହରାଇବାକୁ ଗ୍ୟାରେଣ୍ଟି ଦିଆଯାଇ ପାରିବ ନାହିଁ ବୋଲି ଗାଭାସ୍କର କହିଛନ୍ତି।

ସେ କହିଛନ୍ତି, ଏକ ଫ୍ରାଞ୍ଚାଇଜିର ନେତୃତ୍ଵ ନେବା ଏବଂ ଜାତୀୟ ଦଳର ନେତୃତ୍ଵ ନେବା ସଂପୂର୍ଣ୍ଣ ଭିନ୍ନ ଅଟେ। ମୋତେ ଜଣା ଯେ, ନିଜ ନେତୃତ୍ଵରେ ରୋହିତ ପାଞ୍ଚ ଆଇପିଏଲ ଟ୍ରଫି ଜିତିଛନ୍ତି। ମାତ୍ର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ସଫଳତା ପାଇବେ ବୋଲି ତାର ଗ୍ୟାରେଣ୍ଟି ନାହିଁ ବୋଲି ଗାଭାସ୍କର କହିଛନ୍ତି।

ରୋହିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସବୁଠୁ ସଫଳ ଅଧିନାୟକ। ସେ ନିଜ ଅଧିନାୟକତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସକୁ ପାଞ୍ଚ ଥର ଚାମ୍ପିଅନ କରାଇଛନ୍ତି। ସେ ଅନ୍ତର୍ଜାତୀୟ ସ୍ତରରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଦମଦାର ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ନିଦହାସ  ଟ୍ରଫି ବ୍ୟତୀତ ଏସିଆ କପ୍ ୨୦୧୮ ମଧ୍ୟ ଜିତିଛି।

   Related Posts