Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||

ନେଟ୍ସରେ ବିଟ୍ ହେଉଥିବା ଲିଟିଲ୍ ମାଷ୍ଟର କିପରି କ୍ରିଜ୍‌ରେ ଏତେ ଭଲ ଖେଳନ୍ତି ? ଗାଭାସ୍କରଙ୍କୁ ନେଟ୍ସରେ ସବୁଠୁ ଖରାପ ଖେଳାଳି କହୁଥିବା କିରନ ମୋରେଙ୍କ ମନରେ ଏବେବି ଏହି ପ୍ରଶ୍ନ

4/07/2020 at 7:53 PM

ମୁମ୍ବାଇ, ୦୪|୦୭:  ଭାରତୀୟ ଦଳର ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ନିଜ ବ୍ୟାଟିଂ ପାଇଁ ଯେତିକି ପରିଚିତ, ନିଜ ରାଗ ପାଇଁ ମଧ୍ୟ ସେତିକି ପରିଚିତ । ଗାଭାସ୍କରଙ୍କୁ ନେଇ ଏପରି ଖୁଲାସା କରିଛନ୍ତି ଦଳର ପୂର୍ବତନ ସିଲେକ୍ଟର ଓ ଓ୍ୱିକେଟକିପର କିରନ ମୋରେ । ଗାଭାସ୍କରଙ୍କ କ୍ରୋଧ ଦେଖି ଦଳ ଡରୁଥିଲା ବୋଲି ସେ କହିଛନ୍ତି ।

ମୋରେ କହିଛନ୍ତି ଯେ, ଗାଭାସ୍କରଙ୍କୁ ଆଉଟ ହେବା ପସନ୍ଦ ନଥିଲା । ସେ ଆଉଟ ହେଲେ ରାଗି ଯାଉଥିଲେ । ଦଳର ସଦସ୍ୟମାନେ ଏହି ସମୟରେ ଲୁଚିବାକୁ ପସନ୍ଦ କରୁଥିଲେ । ଏକ ଘରୋଇ ମ୍ୟାଚରେ ଗାଭାସ୍କର ୪୦ ରନ୍ କରି ଆଉଟ ହୋଇଯାଇଥିଲେ । ଯେତେବେଳେ ସେ ପ୍ୟାଭିଲିୟନ ଫେରିଲେ ଡ୍ରେସିଂ ରୁମରେ କେହି ନଥିଲେ । ସମସ୍ତେ ପଡିଆକୁ ଧାଇଁଥିଲେ । ସେ ୧୦, ୧୫ ରନ କରି ଆଉଟ ହେଲେ ରାଗୁ ନଥିଲେ କିନ୍ତୁ ପିଚରେ ଏକ ଘଣ୍ଟା ବିତାଇ ଆଉଟ ହେଲେ ନିଜ ଉପର ନିୟନ୍ତ୍ରଣ ହରାଉଥିଲେ ।

ସେ ଆହୁରି କହିଛନ୍ତି ଯେ, ନେଟ୍ସରେ ଯେଉଁ ଖେଳାଳି ଅଭ୍ୟାସ କରୁଥିଲେ ସେମାନଙ୍କ ମଧ୍ୟ ଗାଭାସ୍କର ସବୁଠାରୁ ଖରାପ ଥିଲେ । ସେ ଅଭ୍ୟାସ କରୁନଥିଲେ ଏବଂ ତାଙ୍କୁ ପସନ୍ଦ ମଧ୍ୟ ନଥିଲା । କିନ୍ତୁ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରୁଥିଲେ । ତାଙ୍କର ଏକାଗ୍ରତା ସବୁଠାରୁ ଭଲ ଥିଲା । ସେ ଖେଳିବା ସମୟରେ କେବଳ କ୍ରିକେଟ ଉପରେ ଧ୍ୟାନ ଦେଉଥିଲେ ।

ସୂଚନାଯୋଗ୍ୟ, ଗାଭାସ୍କର ପ୍ରଥମ ଖେଳାଳି ଭାବେ ଟେଷ୍ଟରେ ୧୦ ହଜାର ରନ ପୂରଣ କରିଥିଲେ । ସେ ୧୨୫ଟି ମ୍ୟାଚ ଖେଳି ୧୦,୧୨୨ ରନ କରିଛନ୍ତି । ଏଥିରେ ୩୪ଟି ଶତକ ରହିଛି ।

   Related Posts