ରୋହିତ ଶର୍ମାଙ୍କ ବେପରୁଆ ସଟ୍‌କୁ ନେଇ ରାଗିଗଲେ ଗାଭାସ୍କର : କହିଲେ, ‘ଆପ୍ କୋ ମାଫି ନେହିଁ ମିଲ୍ ସକତୀ’

Published By : Prameya-News7 Bureau | January 16, 2021 IST

ବ୍ରିସବେନ ୧୬/୦୧ : ବ୍ରିସବେନ୍‌ର ଗାବା ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ୍‌ର ପ୍ରଥମ ଇନିଂସରେ ୩୬୯ ରନ୍ କରିଛି କଙ୍ଗାରୁ ଟିମ୍ । ଏହାର ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ୨ ଓ୍ବିକେଟ୍ ହରାଇ ୬୨ ରନ ସଂଗ୍ରହ କରିଛି ଭାରତ । ତେବେ​‌ ବର୍ଷା କାରଣରୁ ଦ୍ବିତୀୟ ଦିନର ତୃତୀୟ ସେସନ୍‌ ଖେଳ ହୋଇପାରିନାହିଁ । ଏହା ପୂର୍ବରୁ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ୭୪ ବଲ ଖେଳି ୪୪ ରନ କରି ନାଥାନ୍ ଲାୟନଙ୍କ ଶିକାର ହୋଇଥିଲେ ।  

ବେପରୁଆ ସଟ୍ ଖେଳି ଆଉଟ ହେବା ପରେ ରୋହିତ ଶର୍ମାଙ୍କୁ ନେଇ ଟିପ୍ପଣୀ ଦେଇଛନ୍ତି କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର । ସେ କହିଛନ୍ତି, ‘ଫିଲଡର ପଛରେ ଥିବାବେଳେ ରୋହିତ ଶର୍ମା ଏପରି ଖରାପ ସଟ୍ ଖେଳିବା ନିହାତି ଭାବେ ଦଳ ପାଇଁ ନିରାଶଜନକ । ବେପରୁଆ ସଟ୍ ଖେଳି ରୋହିତ ଶସ୍ତାରେ ଆଉଟ ହେଲେ’।  

wp:embed {"url":"https://twitter.com/7Cricket/status/1350296238059622401","type":"rich","providerNameSlug":"twitter","responsive":true,"className":""}
https://twitter.com/7Cricket/status/1350296238059622401
/wp:embed

ଏହା ସହ ଗାଭାସ୍କର କହିଛନ୍ତି, ରୋହିତଙ୍କ ଏଭଳି ଦାୟିତ୍ବହୀନ ସଟ୍‌ ଟିମ ପାଇଁ ମହଙ୍ଗାସାବ୍ୟସ୍ତ ହୋଇପାରେ । ରୋହିତ ପୂର୍ବବଲରେ ଚୌକା ମାରିବା ପରେ ପରବର୍ତ୍ତୀ ବଲରେ ଏଭଳି ଦାୟିତ୍ବହୀନ ସଟ୍ ଖେଳିବା ନିହାତିଭାବେ ଏକ ନୈରାଶ୍ୟଜନକ ପ୍ରଦର୍ଶନ ବୋଲି ଗାଭାସ୍କର କହିଛନ୍ତି । ରୋହିତଙ୍କ ଭଳି ବରିଷ୍ଠ ଖେଳାଳୀ ଏଭଳି ଖରାପ ସଟ୍ ଖେଳିବାକୁ କ୍ଷମା କରାଯାଇପାରିବ ନାହିଁ । ଏହା ଟେଷ୍ଟ୍ ମ୍ୟାଚ୍‌, ଭଲ ଆରମ୍ଭ ପରେ ବଡ ଇନିଂସ ଖେଳିବା ଖେଳାଳୀଙ୍କ ଦାୟିତ୍ବ ଯାହାକୁକି ରୋହିତ ଶର୍ମା ନିରାଶ କରିଛନ୍ତି ବୋଲି ସୁନିଲ ଗାଭାସ୍କର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.