ଅନୁଷ୍କାଙ୍କ ଜବାବ ରଖିଲେ ଗାଭାସ୍କର, କହିଲେ କ୍ଲିପ୍‌କୁ ଭଲରେ ଶୁଣ

Published By : Prameya-News7 Bureau | September 25, 2020 IST

ଆଇପିଏଲ ତ୍ରୟୋଦଶ ସଂସ୍କରଣରେ ମହାନ କ୍ରିକେଟର ଗାଭାସ୍କରଙ୍କ ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। କିଙ୍ଗସ ଇଲେଭେନ ପଞ୍ଜାବ ବିରୋଧରେ ବିରାଟଙ୍କ ପ୍ରଦର୍ଶନକୁ ନେଇ କମେଣ୍ଟେଟର ବକ୍ସରେ ଗାଭାଷ୍କାରଙ୍କ ଟିପ୍ପଣୀକୁ ଅଭିନେତ୍ରୀ ଅନୁଷ୍କା ଶର୍ମା ବିରୋଧ କରିଛନ୍ତି। ଏଥିରେ ଜବାବ ରଖିବା ଲାଗି ଅନୁଷ୍କା ଗାଭାସ୍କରଙ୍କୁ କହିଥିବା ବେଳେ ସେ ଏହାର ଜବାବ ମଧ୍ୟ ଦେଇଛନ୍ତି। ତେବେ ପ୍ରସଙ୍ଗରେ ଗାଭାସ୍କରଙ୍କ ଜବାବ ପରେ ଅନୁଷ୍କାଙ୍କ ପ୍ରତିକ୍ରିୟା ମିଳିପାରିନି।

ଆଇପିଏଲର ଏହି ମ୍ୟାଚ୍‌ରେ ବିରାଟ ଉଭୟ ଫିଲ୍ଡିଂ ଓ ବ୍ୟାଟିଂରେ ବିଫଳ ହୋଇଥିଲେ। ଏଥିରେ ମ୍ୟାଚ୍‌ର କମେଣ୍ଟ୍ରି କରୁଥିବା ଭେଟେରାନ କ୍ରିକେଟର କିଛି ମନ୍ତବ୍ୟ ଦେଇଥିଲେ। ଯେଉଁଥିରେ ଅନୁଷ୍କା ମଧ୍ୟ ସାମିଲ ଥିଲେ। ତେବେ ଅନୁଷ୍କା ଗାଭାଷ୍କରଙ୍କ ଭଳି ଜଣେ କ୍ରିକେଟରଙ୍କ ଏପରି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଭଦ୍ରୋଚିତ ବୋଲି କହିଥିଲେ। ପ୍ରସଙ୍ଗରେ ତାଙ୍କର ଜବାବ ମଧ୍ୟ ଚାହିଁଥିଲେ।

ଏଥିରେ ଗାଭାସ୍କର ଚଳିତ ଆଇପିଏଲ ଲାଗି ଖେଳାଳିଙ୍କୁ ଯେପରି ପ୍ରସ୍ତୁତି କରିବା କଥା ସେଥିଲାଗି ସୁଯୋଗ ମିଳିନଥିବା କହିଥିଲେ। ଏଥିରେ ଅଭଦ୍ରତା ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର। ତେବେ ବିରାଟଙ୍କ ନାମ ସହ ସେ ଅନୁଷ୍କାଙ୍କ ନାମ ନେଇଥିଲେ। ହେଲେ ଏହାର ଅର୍ଥ ନୁହେଁ ତାଙ୍କୁ ଜୋର ଜବରଦସ୍ତ କ୍ରିକେଟକୁ ଘୋଷଡା ଯାଉଛି ବୁଝିବା ଭୁଲ। ଯଦି ସେ ତାଙ୍କ ମନ୍ତବ୍ୟକୁ ଠିକଭାବେ ବୁଝି ନାହାନ୍ତି ତେବେ କ୍ଲିପ୍‌କୁ ଭଲରେ ଶୁଣି ବୁଝିବାକୁ ଚେଷ୍ଟା କରନ୍ତୁ ବୋଲି ଗାଭାସ୍କର କହିଛନ୍ତି । ଅତୀତରେ ବିରାଟଙ୍କ ବିଫଳତା ଲାଗି ଅନୁଷ୍କାଙ୍କୁ ଦାୟି କରାଯିବା ଘଟଣାରେ ଅନୁଷ୍କା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏଥିରେ ତାଙ୍କୁ ଜୋର ଜବରଦସ୍ତ କ୍ରିକେଟକୁ ଘୋଷଡା ଯାଉଥିବାର ଅଭିଯୋଗ ମଧ୍ୟ କରିଥିଲେ। ତେବେ ସେ ଯଦି ଏପରି ଭାବୁଛନ୍ତି ତାହା ତାଙ୍କର ଭୁଲ ବୁଝାମଣା ବୋଲି କହିଛନ୍ତି ଗାଭାସ୍କର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.