ସୁନୀଲ ଗାଭାସ୍କର ଓ ସଚ୍ଚିନଙ୍କ ସହ କାହାକୁ ତୁଳନା କରାଯାଇ ନପାରେ : ଜାଭେଦ ମିଆଁଦାଦ୍

Published By : Prameya-News7 Bureau | June 10, 2020 IST

୧୯୮୭ ମସିହାରେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ସୁନୀଲ ଗାଭାସ୍କାର । ସେତେବେଳେ ତାଙ୍କର ଅଗଣିତ ଫ୍ୟାନ୍ ତାଙ୍କର ରୋଲ ମଡେଲଙ୍କୁ ହରାଇଥିବାର ଅନୁଭବ କରିଥିଲେ। ଦୁଇ ବର୍ଷ ପରେ ଭାରତୀୟ ଟିମ୍‌କୁ ସଚ୍ଚିନ ତେନ୍ଦୁଲକର ମିଳିଥିଲେ। ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିବା ସଚ୍ଚିନ ଦେଖୁ ଦେଖୁ ଷ୍ଟାର ହୋଇଯାଇଥିଲେ। ୯୦ ଦଶକରେ ଚମତ୍କାର ଷ୍ଟ୍ରୋକ୍ସ ଖେଳି ବେଶ୍ ପ୍ରଶଂସା ସାଉଁଟିଥିଲେ ସଚ୍ଚିନ୍ । ତେବେ ୨୦୧୩ ମସିହାରେ ସଚ୍ଚିନ୍ ଅବସର ଘୋଷଣା କରିବା ବେଳେ ପୁଣି ଫ୍ୟାନ୍ସଙ୍କ ମନରେ ସୁନୀଲ ଗାଭାସ୍କରଙ୍କ ଅବସର ପରେ ଦେଖା ଦେଇଥିବା ଅସୁରକ୍ଷାର ଭାବନା ଉପୁଜିଥିଲା। ହେଲେ ସେତେବେଳକୁ ବିରାଟ କୋହଲି ଆଗକୁ ଆସି ସାରିଥିଲେ।

{"id":284162,"sizeSlug":"large"}

ଆଗରୁ ଗାଭାସ୍କରଙ୍କ ତୁଳନା ସଚ୍ଚିନଙ୍କ ସହିତ ହେଉଥିବା ବେଳେ ଏବେ ସଚ୍ଚିନଙ୍କ ସହ ବିରାଟଙ୍କୁ ତୁଳନା କରାଯାଉଛି। ତେବେ ପୂର୍ବତନ ପାକ୍ କ୍ରିକେଟର ଜାଭେଦ ମିଆଁଦାଦ୍ ଗାଭାସ୍କର ଓ ସଚ୍ଚିନଙ୍କୁ ଆଧୁନିକ କ୍ରିକେଟରଙ୍କ ସହ ତୁଳନା କରାଯାଇ ନପାରେ ବୋଲି କହିଛନ୍ତି। ପାକ୍‌ କ୍ରିକେଟର କିମ୍ବଦନ୍ତି ପୁରୁଷ ମିଆଁଦାଦ୍ ଭିନ୍ନ ଭିନ୍ନ ପିଢୀର କ୍ରିକେଟରଙ୍କ ତୁଳନାକୁ ମୁର୍ଖତା ବୋଲି କହିଛନ୍ତି।

{"id":284166,"sizeSlug":"large"}

ପାକ୍ କ୍ରିକେଟର  ଜନୈକ ପୂର୍ବତନ ବ୍ୟାଟସ୍‌ମ୍ୟାନ୍ ଅମୀର ସୋହେଲ ୟୁ ଟ୍ୟୁବ୍ ଚାନେଲରେ ଜାଭେଦ ମିଆଁଦାଦଙ୍କ ସହ ବିରାଟ କୋହଲୀଙ୍କ ତୁଳନା କରିଥିଲେ। ଏହାର ଜବାବରେ ମିଆଁଦାଦ୍ ତାଙ୍କ ସମୟର କ୍ରିକେଟ ସହ ଆଧୁନିକ କ୍ରିକଟର ତୁଳନା କରିବା ଅସମ୍ଭବ ବୋଲି କହିଛନ୍ତି। ଏକ ସମୟ ଥିଲା ବ୍ୟାଟସ୍‌ମ୍ୟାନଙ୍କ ବ୍ୟାଟ୍‌ରୁ ରନ୍ ବାହାରିବା ବହୁତ କଷ୍ଟକର ଥିଲା। ସେହିପରି ଦ୍ୱିତୀୟ ସୁନୀଲ ଗାଭାସ୍କର କି ସଚ୍ଚିନ ତେନ୍ଦୁଲକର କେବଳ ପରିକଳ୍ପନା ବୋଲି କହିଛନ୍ତି।

{"id":284167,"sizeSlug":"large"}

ମିଆଁଦାଦ କହିଛନ୍ତି ଯେ ସେ ସମୟରେ କ୍ରିକେଟ୍ ବାସ୍ତବିକ କଠିନ ଥିଲା। କ୍ରିକେଟକୁ ଲୋକେ ଖେଳ ଭାବନ୍ତି ହେଲେ ଷ୍ଟାଡିୟମରେ ଖେଳୁଥିବା ଖେଳାଳି ଜାଣେ ସେ ସମୟର ବୋଲର ମାଲକମ୍ ମାର୍ଶଲ, ରିଚାର୍ଡ ହେଡଲୀ, ଡେନିଶ ଲିଲି ଓ ଜୈଫ ଥମ୍ପସନଙ୍କ ଭଳି ବୋଲରଙ୍କୁ ସାମ୍ନା କରିବା କେତେ କଷ୍ଟର ଥିଲା । ବୋଲରମାନେ ବାଉଁନ୍ସ ୱିକେଟ୍‌ରେ ବୋଲିଂ କରୁଥିଲେ. ବ୍ୟାଟସମ୍ୟାନକୁ ପରିସ୍ଥିତି ସହ ଖାପ ଖୁଆଇ ଖେଳିବାକୁ ପଡୁଥିଲା। ତେବେ ବିରାଟ କୋହଲୀ, ଷ୍ଟିଭ ସ୍ମିଥ, କେନ୍ ୱିଲିୟମସନ, ଜୋ ରୁଟ ଓ ବାବର ଆଜମଙ୍କୁ ମଧ୍ୟ ପରସ୍ପର ସହ ତୁଳନା କରିବା ମିଆଁଦାଦ ପସନ୍ଦ କରନ୍ତିନି।

{"id":284170,"sizeSlug":"large"}

ମିଆଁଦାଦ କହିଛନ୍ତି ଯେ ଏବେ କ୍ରିକେଟର ୱିକେଟ୍ ଓ ପରିସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ଏଥିରେ ବିରାଟଙ୍କ ସହ ବାବର ଆଜମଙ୍କ ତୁଳନା ହାସ୍ୟସ୍ପଦ। ଅବଶ୍ୟ ସମସ୍ତେ ଭଲ ଖେଳାଳି ସମସ୍ତଙ୍କ ଭିନ୍ନ ଭିନ୍ନ କ୍ୱାଲିଟି ରହିଛି। ହେଲେ ଜିଏ ପୃଥକ ପରିସ୍ଥିତିରେ ବି ଲଗାତାର ଉତ୍ତମ ପ୍ରଦର୍ଶନ   କରିପାରୁଛି ସେ ହିଁ ମହାନ ଖେଳାଳି ବୋଲି କହିଛନ୍ତି ମିଆଁଦାଦ୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.