Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଭାରତୀୟ ଦଳକୁ ଗାଭାସ୍କରଙ୍କ ପରାମର୍ଶ, ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ କରନ୍ତୁ ଏହି ଦୁଇଟି ପରିବର୍ତ୍ତନ

28/10/2021 at 5:52 PM

ନୂଆଦିଲ୍ଲୀ ୨୮।୧୦: ଟି-୨୦ ବିଶ୍ଵ କପ୍‌ ୨୦୨୧ରେ ନିଜର ପ୍ରଥମ ମ୍ୟାଚ୍‌ରେ ଭାରତ ପାକିସ୍ତାନ ହାତରୁ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ହେଲେ ସେମି ଫାଇନାଲ୍‌ରେ ପହଞ୍ଚିବା ପାଇଁ ଆଶା ଉଜ୍ଜିବୀତ ରଖିବାକୁ ହେଲେ ଭାରତକୁ ଅକ୍ଟୋବର ୩୧ରେ ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲା ଜିତିବାକୁ ପଡିବ। ଏହି ଗୁରୁତ୍ଵପୂର୍ଣ୍ଣ ମୁକାବିଲା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ଭାରତୀୟ ଦଳକୁ ମହତ୍ଵପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଭାରତୀୟ ଦଳ ନିଜର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ କରିବା ଉଚିତ୍।

ଗାଭାସ୍କରଙ୍କ ମତରେ ଭାରତକୁ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ନାହିଁ। ମାତ୍ର ଦୁଇଟି ସ୍ଥାନ ଉପରେ ନଜର ପକାଇବା ଉଚିତ୍। ଏହି ଦୁଇଟି ସ୍ଥାନ ହେଉଛି ହାର୍ଦ୍ଦିକ ପାଣ୍ଡ୍ୟା ଓ ଭୁବନେଶ୍ଵର କୁମାର। ସେ କହିଛନ୍ତି, ଯଦି ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ କରୁ ନାହାନ୍ତି ତେବେ ତାଙ୍କ ସ୍ଥାନରେ ଇଶାନ କିଶନଙ୍କୁ ଖେଳାଇବା ଉଚିତ୍। ଇଶାନ ବର୍ତ୍ତମାନ ଦମଦାର ଫର୍ମରେ ଅଛନ୍ତି। ସେହି ପରି ଆପଣ ଭୁବନେଶ୍ଵର କୁମାରଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କ ବିଷୟରେ ଚିନ୍ତା କରି ପାରିବେ। ମାତ୍ର ଏହା ବ୍ୟତୀତ ଯଦି ଆପଣ ଅଧିକ ପରିବର୍ତ୍ତନ କରିବେ ତେବେ ଆପଣ ବିରୋଧୀ ଦଳ ପ୍ରତି ଅଧିନ ଚିନ୍ତିତ ଥିବା ଜଣା ପଡିବେ।

ହାର୍ଦ୍ଦିକ ପାଣ୍ଡ୍ୟା ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୋଲିଂ କରିନଥିଲେ। ମାତ୍ର ବୁଧବାର ସେ ନେଟ୍‌ରେ ବୋଲିଂ କରିଛନ୍ତି। ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ପ୍ରତ୍ୟାବର୍ତ୍ତନ କରିବାର ଆଶା ରହିଛି। ଗାଭାସ୍କର କହିଛନ୍ତି, ଆପଣ ଏକ ଭଲ ଦଳଠୁ ମ୍ୟାଚ୍ ହାରିବାର ଅର୍ଥ ଏହା ନୁହେଁ ଯେ, ଭାରତ ଆଗକୁ ଯାଇ ମ୍ୟାଚ୍ ଜିତିବ ନାହିଁ କି ଟୁର୍ଣ୍ଣାମେଣ୍ଟ ଜିତିବ ନାହିଁ।

   Related Posts