ଏହି ବିଚାରପତି ଖାରଜ କରିଥିଲେ ଚିଦାମ୍ବରମଙ୍କ ଜାମିନ ଆବେଦନ : ଏବେ ମିଳିଲା ଏହି ଗୁରୁତ୍ବପୂର୍ଣ୍ଣ ପଦ

Published By : Prameya-News7 Bureau | August 29, 2019 IST

ନୂଆଦିଲ୍ଲୀ ୨୯/୮: ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥ ମନ୍ତ୍ରୀ ଏବଂ କଂଗ୍ରେସ୍ ନେତା ପି ଚିଦାମ୍ବରମଙ୍କ ଅଗ୍ରୀମ ଜାମିନ ଆବେଦନ ଖାରଜ କରିଥିବା ଦିଲ୍ଲୀ ହାଇକୋର୍ଟର ବିଚାରପତି ସୁନୀଲ ଗୌଡ଼ଙ୍କୁ ନୂତନ ଦାୟିତ୍ବ ମିଳିଛି। ଏବେ ତାଙ୍କୁ ଅପିଲେଟ୍ ଟ୍ରିବ୍ୟୁନାଲ୍ ଫର ପ୍ରିଭେନ୍ସନ୍ ଅଫ ମନି ଳଣ୍ଡରିଙ୍ଗ୍ ଆକ୍ଟର ଅଧ୍ୟକ୍ଷ ପଦରେ ନିଯୁକ୍ତ କରାଯାଇଛି। ସୁନୀଲ ସେପ୍ଟେମ୍ବର ୨୩ତାରିଖରୁ ନିଜ ଦାୟିତ୍ବଭାର ସମ୍ଭାଳିବେ।

ନିଜ ଅବସରପ୍ରାପ୍ତିର ୨ଦିନ ପୂର୍ବରୁ ଜଷ୍ଟିସ୍ ଗୌଡ଼ ଅଗଷ୍ଟ ୨୦ତାରିଖରେ ଆଇଏନଏକ୍ସ ମିଡିଆ ମାମଲାରେ ଚିଦାମ୍ବରମଙ୍କ ଅଗ୍ରୀମ ଜାମିନ ଆବେଦନକୁ ଖାରଜ କରିଥିଲେ। କୋର୍ଟରେ ସିବିଆଇ ଏବଂ ଇଡି ଉଭୟେ ଏହି ଆଧାରରେ ଚିଦାମ୍ବରମଙ୍କ ଆବେଦନକୁ ବିରୋଧ କରିଥିଲେ। ଜଷ୍ଟିସ୍ ଗୌଡ଼ଙ୍କ ଆଦେଶ ପରେ ସିବିଆଇ ଅଗଷ୍ଟ ୨୧ତାରିଖରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.