ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ସୁନୀଲ ଦତ୍ତ : ତାଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟ‌ରେ କିଛି ଖାସ୍ କଥା

Published By : Prameya-News7 Bureau | June 06, 2020 IST

ମୁମ୍ବାଇ ୬/୬: ବଲିଉଡ ଅଭିନେତା ସୁନୀଲ ଦତ୍ତ ତାଙ୍କ ପ୍ରଶଂସକଙ୍କୁ ହିନ୍ଦୀ ସିନେମାର ଅନେକ ଦମଦାର ଚରିତ୍ର ଦେଇଛନ୍ତି। ବଡ଼ ପରଦାରେ ଡାକୁର ଭୂମିକାରେ ଛାଇ ଯାଇଥିବା ସୁନୀଲ ଦତ୍ତ ବହୁତ ମଜାଳିଆ ଚରିତ୍ରରେ ଅଭିନୟ କରି ଏହା ପ୍ରମାଣିତ କରିଛନ୍ତି ଯେ ସେ ଏକ ଭର୍ସାଟାଇଲ୍ ଆକ୍ଟର। ଏହା ସହିତ ସେ ନିଜ ସମୟରେ ଅନେକ ଭଲ ଫିଲ୍ମ ନିର୍ମାଣ ଏବଂ ନିର୍ଦେଶନା ଦେଇଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ସୁନୀଲ ଦତ୍ତଙ୍କ ପିଲାଦିନ କଷ୍ଟଦାୟକ ଥିଲା ଏବଂ ଏପରି ସମୟ ଆସିଥିଲା ଯେତେବେଳେ ତାଙ୍କ ଜୀବନ ପ୍ରତି ବିପଦ ଘନେଇ ଆସିଥିଲା।

{"id":281876,"sizeSlug":"large"}

ସୁନୀଲ ଦତ୍ତଙ୍କ ଜନ୍ମ ପାକିସ୍ତାନର ପଞ୍ଜାବ ଜିଲ୍ଲାର ଝେଲମରେ ହୋଇଥିଲା। ମାତ୍ର ୫ବର୍ଷ ବୟସରେ ସେ ନିଜ ବାପା ଦିଓ୍ବାନ ରଘୁନାଥ ଦତ୍ତଙ୍କୁ ହରାଇ ଦେଇଥିଲେ। ଯେତେବେଳେ ଭାରତ ଏବଂ ପାକିସ୍ତାନର ବିଭାଜନ ହୋଇଥିଲା ସେତେବେଳେ ସୁନୀଲ ଦତ୍ତ ୧୮ବର୍ଷ ବୟସର ହୋଇଥିଲେ। ଏହି ବିଭାଜନରେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଚାଲିଥିଲା,ଯେଉଁଥିରେ ସୁନୀଲ ଦତ୍ତ ନିଜ ପରିବାର ସହ ଫସି ଯାଇଥିଲେ। ସେତେବେଳେ ତାଙ୍କ ବାପାଙ୍କ ମୁସଲିମ୍ ବନ୍ଧୁ ୟାକୁବ ସୁନୀଲ ଦତ୍ତ ଏବଂ ତାଙ୍କ ପରିବାରକୁ ବଞ୍ଚାଇଥିଲେ।

{"id":281877,"sizeSlug":"large"}

ପାକିସ୍ତାନରୁ ଭାରତ ଆସି ସୁନୀଲ ଦତ୍ତ ପଞ୍ଜାବର ଯମୁନା ନଗରର ଛୋଟ ଗାଁ ମନ୍ଦୁଅଲୀରେ ଥିଲେ। ଏହି ଗାଁ ଏବେ ହରିୟାଣାରେ ରହିଛି। ଏହାର କିଛି ବର୍ଷ ପରେ ସେ ନିଜ ମାଆ କୁଲବନ୍ତୀଦେବୀ ଦତ୍ତଙ୍କୁ ସାଙ୍ଗରେ ନେଇ ଲକ୍ଷ୍ନୌ ସ୍ଥାନାନ୍ତର ହୋଇଥିଲେ,ଯେଉଁଠାରେ ଅମିନାବାଦରେ ଗଳିରେ ସେମାନେ ବର୍ଷ ବର୍ଷ ଧରି ରହିଥିଲେ ଏବଂ ସ୍ନାତକ ପୂରା କରିଥିଲେ। ଏହା ପରେ ସେ ମୁମ୍ବାଇ ସ୍ଥାନାନ୍ତର ହୋଇଥିଲେ ଏବଂ ଜୟ ହିନ୍ଦ କଲେଜରୁ ପୋଷ୍ଟ ଗ୍ରାଜୁଏସନ ପଢ଼ିବା ପରେ ସେଠାରେ ସବୁ ଦିନ ପାଇଁ ରହି ଯାଇଥିଲେ।

{"id":281878,"sizeSlug":"large"}

ସୁନୀଲ ଦତ୍ତ ନିଜ କ୍ୟାରିୟର ରେଡିଓରୁ ଆରମ୍ଭ କରିଥିଲେ। ସେ ସାଉଥ ଏସିଆର ସବୁଠୁ ପୁରୁଣା ରେଡିଓ ସର୍ଭିସ୍ Radio Ceylon ର ହିନ୍ଦୀ ଚ୍ୟାନେଲ​ରେ କାମ କରିବା ପାଇଁ ଲୋକପ୍ରିୟ ଥିଲେ। ସେ ୧୯୫୫ମସିହାରେ ନିଜର ବଲିଉଡ ଡେବ୍ୟୁ କରିଥିଲେ। ୧୯୫୫ମସିହାର ଫିଲ୍ମ ରେଲଓ୍ବେ ପ୍ଲାଟଫର୍ମରେ ସେ ରାମ ଭୂମିକାରେ ନଜର ଆସିଥିଲେ। ଏହା ସହିତ ସେ ପଡ଼ୋସନ,ମେହରବାନ,ଜମିନ ଆସମାନ ଏବଂ ମଦର ଇଣ୍ଡିଆ ଭଳି ଫିଲ୍ମ ମଧ୍ୟ କରିଥିଲେ।

{"id":281879,"sizeSlug":"large"}

ସୁନୀଲ ଦତ୍ତ ନିଜ ପୁଅ ସଞ୍ଜୟ ଦତ୍ତଙ୍କ କ୍ୟାରିୟର ମଧ୍ୟ ବଲିଉଡରେ ଆରମ୍ଭ କରାଇଥିଲେ। ସେ ୧୯୮୧ମସିହାରେ ଆସିଥିବା ଫିଲ୍ମ ରକିରୁ ସଞ୍ଜୟ ଦତ୍ତଙ୍କୁ ଲଞ୍ଚ କରାଇଥିଲେ। ସଞ୍ଜୟ ଦତ୍ତଙ୍କ ସହ ଫିଲ୍ମ ମୁନ୍ନାଭାଇ ଏମବିବିଏସରେ ତାଙ୍କୁ ପ୍ରଥମ ଥର ସ୍କ୍ରିନ୍ ସେୟାର କରୁଥିବା ଦେଖାଯାଇଥିଲା। ସଞ୍ଜୟ ଦତ୍ତଙ୍କ ସହ ସୁନୀଲ ଦତ୍ତ ରକି,କ୍ଷତ୍ରିୟ ଏବଂ ରେଶମା ଔର ଶେରା ଭଳି ଫିଲ୍ମରେ କାମ କରିଥିଲେ କିନ୍ତୁ କେବେ ବି ଦୁହେଁ ଏକାଠି କାମ କରିନଥିଲେ।

{"id":281880,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.