Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଦାୟିତ୍ୱ ନେଲେ ନୂଆ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା

2/12/2018 at 12:08 PM

ଦିଲ୍ଲୀ ୨/୧୨ : ସୁନୀଲ ଅରୋରା ଆଜି ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ନୂଆ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଦେଇଥିଲେ | ଆଜି ସେ ଦାୟିତ୍ୱ ଗ୍ରହଣ କରିଛନ୍ତି | ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୋଗ ଭାବେ ତାଙ୍କ କାର୍ଯ୍ୟକାଳ ଅଢେଇ ବର୍ଷ ରହିବ | ଗତକାଲି ଓମ ପ୍ରକାଶ ରାୱାତ ମୁଖ୍ୟ ନିର୍ବାଚନ ଆୟୋଗ ପଦରୁ ଅବସର ନେଇଥିଲେ |

ବର୍ତ୍ତମାନ ୫ଟି ରାଜ୍ୟରେ ନିର୍ବାଚନ ଚାଲିଥିବାବେଳେ ସେ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି | ତେବେ ଲୋକସଭା ନିର୍ବାଚନ ପାଇଁ ସେ ସମସ୍ତ ପ୍ରସ୍ତୁତି ସୁଚାରୁରୂପେ ତୁଲେଇବେ ବୋଲି ଘୋଷଣା କରିଛନ୍ତି | ଆସନ୍ତା ୨୦୧୯ରେ ଦେଶର ଅନ୍ୟ ରାଜ୍ୟ ଯଥା, ଜାମ୍ମୁ କାଶ୍ମୀର, ଓଡିଶା, ମହାରାଷ୍ଟ୍ର, ହରିୟାଣା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଶିକ୍କିମରେ ନିର୍ବାଚନ ହେବାକୁ ଅଛି |
୨୦୧୭ ମସିହା ଅଗଷ୍ଟ ୩୧ ତାରିଖରେ ସୁନୀଲ ଅରୋରା ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ | ସୁନୀଲ ଅରୋରା ୧୯୮୦ ମସିହା ରାଜସ୍ଥାନ କ୍ୟାଡରର ଆଇଏଏସ ଅଫିସର | ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରାଳୟ, ବୟନଶିଳ୍ପ ଏବଂ ଯୋଜନା ଆୟୋଗ ମନ୍ତ୍ରାଳୟର ବିଭିନ୍ନ ପଦରେ ଦାୟିତ୍ୱ ନେଇଥିଲେ | ସେ ୫ ବର୍ଷ ପର୍ଯ୍ୟନ୍ତ ଇଣ୍ଡିଆନ ଏୟାରଲାଇନ୍ସର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦେଶକ ମଧ୍ୟ ଥିଲେ | ୧୯୯୩-୧୯୯୮ରେ ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଦାୟିତ୍ୱରେ ଥିଲେ | ୨୦୦୫ ମସିହାରୁ ୨୦୦୮ ମସିହାରେ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ସଚିବ ଥିଲେ |

   Related Posts