ସୁନିଧି ଚୌହାନ ପୁଣି ସିଙ୍ଗଲ : ଦ୍ୱିତୀୟ ସ୍ୱାମୀଙ୍କ ସହ ମଧ୍ୟ ପଡିଲାନି, ହେଲେ ଅଲଗା

Published By : Prameya-News7 Bureau | April 22, 2020 IST

ମୁମ୍ବାଇ ୨୨/୦୪ : ବଲିଉଡର ଅନେକ ହିଟ ଗୀତ ଗାଇଥିବା ଗାୟିକା ସୁନିଧି ଚୌହାନ କିଛି ଦିନ ହେଲା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି | ସେ ନିଜ ସ୍ୱାମୀ ହିତେଶ ସୋନିକଙ୍କ ଠାରୁ ଅଲଗା ହୋଇଯାଇଥିବା ଚର୍ଚ୍ଚା ହେଉଛି | ଲକଡାଉନ ସମୟରେ ତାଙ୍କର ବିବାହ ଭାଙ୍ଗି ଯାଇଛି | ସେ ୮ ବର୍ଷ ହେଲା ବିବାହ କରିଥିଲେ | ସୂଚନା ଅନୁଯାୟୀ, ସୁନିଧି ଓ ହିତେଶ ଗତ କିଛି ଦିନ ହେଲା ଅଲଗା ରହୁଥିଲେ କିନ୍ତୁ ଏହା ଲୋକଙ୍କ ନଜରକୁ ଆସିନଥିଲା | ବର୍ତ୍ତମାନ ତାଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କିଛି କହିବା ପାଇଁ ମନା କରିଦେଇଥିଲେ |

{"id":258409,"sizeSlug":"large"}

କିଛି ଦିନ ପୂର୍ବରୁ ସୁନିଧି, ହିତେଶ ଓ ତାଙ୍କର କିଛି ବନ୍ଧୁଙ୍କ ସହ ଗୋଆ ଟ୍ରିପରେ ଯାଇଥିଲେ | ସେଠାରୁ ଫେରିବା ପରେ ଉଭୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା | ସୁନିଧି ଓ ହିତେଶଙ୍କ ବିବାହକୁ ୮ ବର୍ଷ ପୁରିସାରିଛି | ଉଭୟ ପରସ୍ପରକୁ ଡେଟ କରିବା ପରେ ୨୦୧୨ ମସିହାରେ ବିବାହ କରିଥିଲେ | ତାଙ୍କ ବିବାହ ଗୋଆରେ ହୋଇଥିଲା | ବାହାଘର ପରେ ଉଭୟ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଆୟୋଜନ କରିଥିଲେ |

{"id":258410,"width":581,"height":325,"sizeSlug":"large"}

ବିବାହର ୫ ବର୍ଷ ପରେ ୨୦୧୮ ମସିହା ଜାନୁଆରୀ ମାସରେ ସୁନିଧି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ | ସେ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ପୁଅ ସହ ଫଟୋ ସେୟାର କରିଥାନ୍ତି | ସେ ସୋସିଆଲ ମିଡ଼ିଆରେ ଅଧିକାଂଶ ସମୟରେ ନିଜର ପ୍ରଫେସନାଲ ଜୀବନ ସହିତ ଜଡିତ ଫଟୋ ସେୟାର କରିଥାନ୍ତି | ଏହା ସୁନିଧିଙ୍କ ପ୍ରଥମ ବିବାହ ନଥିଲା | ହିତେଶଙ୍କ ସହ ତାଙ୍କର ଦ୍ୱିତୀୟ ବିବାହ ଥିଲା | ହିତେଶ ସୁନିଧିଙ୍କ ଦ୍ୱିତୀୟ ସ୍ୱାମୀ | ୨୦୦୨ ମସିହାରେ ୧୮ ବର୍ଷ ବୟସରେ ସୁନିଧି ପ୍ରଥମ ବିବାହ କରିଥିଲେ | ତାଙ୍କର ପ୍ରଥମ ବିବାହ କୋରିଓଗ୍ରାଫର ବବି ଖାନଙ୍କ ସହ ହୋଇଥିଲା | କିନ୍ତୁ ବିବାହର ପାଖାପାଖି ବର୍ଷେ ପରେ ଉଭୟ ଅଲଗା ହୋଇଯାଇଥିଲେ | ତାଙ୍କର ପ୍ରଥମ ବିବାହ ଭାଙ୍ଗିବା ପରେ ୨୦୧୨ ମସିହାରେ ସେ ହିତେଶଙ୍କୁ ବିବାହ କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.