ଭିଜିଲାନ୍ସ ଜାଲରେ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ, ନେଉଥିଲେ ୧୫ ହଜାର ଟଙ୍କା ଲାଞ୍ଚ

Published By : Prameya-News7 Bureau | December 31, 2020 IST

ସୁନ୍ଦରଗଡ, ୩୧୧୨ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ୍ ।

ସୂଚନାନୁସାରେ, ସୁନ୍ଦରଗଡ ମ୍ୟୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ଭିଜିଲାନ୍ସ ଜାଲରେ ଫସିଛନ୍ତି । ଅଧିକାରୀ ଅଶୋକ ମିଶ୍ର ଜଣେ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । କୌଣସି କାମ ପାଇଁ ସେ ଟଙ୍କା ନେଉଥିବା ଜଣାପଡିଛି ।ତେବେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.