Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ, ବୋଲେରୋରୁ ଜବତ ହେଲା ପୁଳାପୁଳା ଟଙ୍କା

2/06/2021 at 10:22 AM

ସୁନ୍ଦରଗଡ ୨।୬: ସୁନ୍ଦରଗଡ଼ ଆଦିବାସୀ ଉନ୍ନୟନ ସମବାୟ ନିଗମ (ଟିଡିସିସି)ର ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ସକାଳୁ ସୁନ୍ଦରଗଡ଼ ସହରରୁ ଏକ ବୋଲେରୋ ଯୋଗେ ଟଙ୍କା ନେଇ ଘରକୁ ଯାଉଥିଲେ । କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ୍ ତାଙ୍କ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ ।

ଯାଞ୍ଚ ବେଳେ ଗାଡିରେ ୧୯ ଲକ୍ଷରୁ ଅଧିକ ଟଙ୍କା ଥିବା ଜଣାପଡିଥିଲା । ଟିମ୍ ପ୍ରାଥମିକ ଭାବେ ପଚରାଉଚରା କରିଥିଲେ ମଧ୍ୟ ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ଶେଷରେ ଭିଜିଲିନ୍ସ ତାଙ୍କୁ ଅଫିସକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି । ଟଙ୍କା ଗଣା ଚାଲିଛି।

ଅନ୍ୟପଟେ ସେ ଝାରସୁଗୁଡାରୁ ଟ୍ରେନ୍ ଯୋଗେ ନିଜ ଘର ଭୁବନେଶ୍ବର ଯିବା ପାଇଁ ଟ୍ରେନ୍ ଟିକଟ୍ ମଧ୍ୟ କାଟି ସାରିଥିଲେ ।

   Related Posts